ଦେବଗଡ: ଡଅଁରା ପ୍ରାଥମିକ କୃଷି ସମବାୟ ସମିତିରେ ଧାନମଣ୍ଡି ଶୁଭାରମ୍ଭ, ପ୍ରଥମ ଦିବସରେ ୨୫୦ କ୍ୱିଂଟାଲ ଧାନ କ୍ରୟ
ବାରକୋଟ ବ୍ଲକ ଡଅଁରା ପ୍ରାଥମିକ କୃଷି ସମବାୟ ସମିତିରେ ଆଜି ଠାରୁ ଧାନମଣ୍ଡି ଶୁଭାରମ୍ଭ ହୋଇଛି । ପ୍ୟାକ୍ସ ସଭାପତି ପ୍ରତାପ ସାହୁ ମୁଖ୍ୟଅତିଥି ଭାବେ ଫିତାକାଟି ଧାନମଣ୍ଡି ଉଦଘାଟନ କରିଛନ୍ତି । ସମ୍ପାଦକ ଖଗେଶ୍ୱର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଚାଷୀଙ୍କର ଧାନ କ୍ରୟ କରିଥିଲେ । ପ୍ରଥମ ଦିବସରେ ଟୋକନ ପାଇଥିବା ୧୦ ଜଣ ଚାଷୀ ୨୫୦ କ୍ୱିଂଟାଲ ଧାନ ବିକ୍ରି କରିଛନ୍ତି । ଉଦଘାଟନୀ ଦିବସରେ ଉକ୍ତ ଅଂଚଳର ବହୁ ଚାଷୀ ସାମିଲ ହୋଇଥିଲେ ।