ରାଜ୍ୟ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଦେବଗଡ ଜିଲ୍ଲାର ଖେଳାଳି ସଫଳତା ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । କଟକ ସ୍ଥିତ ପୋଲିସ ଖେଳ ପଡିଆ ଠାରେ ଗତ ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ୭୧ ତମ ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବୟସ ଅନୁଯାୟୀ ଭିନ୍ନ ଭିନ୍ନ ବର୍ଗରେ ଦେବଗଡ ଜିଲ୍ଲାର ପ୍ରତିଯୋଗି ସଫଳତା ସାଉଁଟିଛନ୍ତି । ନିଶା ବାରିକ ୫ କିଲୋମିଟର ଦୌଡରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଏବଂ ୩ କିଲୋମିଟର ଦୌଡରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୋପ୍ୟ ପଦକ ହାସଲ କରିଛନ୍ତି ।