ରାୟଗଡା: ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ଶନିବାର ପୂର୍ବାହ୍ନରେ ରାୟଗଡ଼ା ଜିଲ୍ଲା ସିଭିଲ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି।୨,୩୪୮ ଟି ମାମଲାର ଫଇସଲା ହୋଇ ୫୯,୧୧,୦୭୪ ଟଙ୍କା ସେଟଲମେଣ୍ଟ ବାବଦକୁ ଆଦାୟ କରାଯାଇଛି। ଗୁଣୁପୁର, ବିଷମକଟକ, କାଶୀପୁର, ପଦ୍ମପୁର ଓ ମୁନିଗୁଡ଼ା ଅଦାଲତରେ ଦୀର୍ଘ ଦିନ ଧରି ପଡିରହିଥିବା ୧୮୭ଟି ମାମଲାର ଫଇସଲା ହୋଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସତ୍ୟନାରାୟଣ ଷଡ଼ଙ୍ଗୀ, ସଚିବ ସୁବ୍ରତ ଆଚାର୍ଯ୍ୟ ଏହି ଲୋକ ଅଦାଲତକୁ ପରିଚାଳନା କରିଥିଲେ। ଏସ ଏ କେ ଜାହିରା ଅହମଦ, ବିଚାରପତି ସଞ୍ଜିତ କୁମାର ବେହେରା, ଅଳ୍ପନା ସ୍ବାଇଁ, ଅପର୍ଣ୍ଣା ମହାପାତ୍ର ଯୋଗଦେଇଥିଲେ।