ବଡସାହି: ୧୮ନଂ ଜାତୀୟରାଜପଥ କୃଷ୍ଣଚନ୍ଦ୍ରପୁର ସେଣ୍ଟ୍ରାଲ ନର୍ସରୀ ସମ୍ମୁଖରେ ବୋଲେରୋ ପଛରେ ପିଟିହେଲା ବାଇକ, ଚାଳକ ଗୁରୁତର, ବର୍ତ୍ତିଗଲେ ଆରୋହୀ
୧୮ନଂ ଜାତୀୟରାଜପଥ ବେତନଟୀ ଥାନା ବଡଜାମବଣି ଫାଣ୍ଡି ଅଧୀନ କୃଷ୍ଣଚନ୍ଦ୍ରପୁର ସେଣ୍ଟ୍ରାଲ ନର୍ସରୀ ସମ୍ମୁଖରେ ମଙ୍ଗଳବାର ଅପରାହ୍ନ ଦୁଇଟାରେ ଏକ ସଡକ ଦୁର୍ଘଟଣାରେ ଜନୈକ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି l ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧୀନ ବାଇଗଣବାଡିଆ ଅଞ୍ଚଳର ଦୁଇଜଣ ଯୁବକ ଓଡି -୧୧କେ -୫୦୨୭ନମ୍ବର ବିଶିଷ୍ଟ ବାଇକ ଯୋଗେ ବାରିପଦାରୁ ବେତନଟୀ ଅଭିମୁଖେ ଅତ୍ୟନ୍ତ ଦ୍ରୁତଗତିରେ ଆସୁଥିବାବେଳେ ଦୁର୍ଘଟଣା ଘଟିଥିଲା l