ଭୁବନେଶ୍ୱର: BCCI ଚୟନ କମିଟି ମୁଖ୍ୟ ହେଲେ ପ୍ରଜ୍ଞାନ ଓଝା, କମିଟିରେ ରହିଲେ ଦୁଇ ଓଡ଼ିଆ
Bhubaneswar, Khordha | Oct 19, 2026
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଚୟନ କମିଟିର ମୁଖ୍ୟ ଭାବେ ପ୍ରଜ୍ଞାନ ଓଝା ଦାୟିତ୍ୱ ଗ୍ରହଣ କରିଛନ୍ତି। ଅଜିତ୍ ଅଗରକରଙ୍କ ସ୍ଥାନରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି। କମିଟିରେ ରମେଶ ପୱାର ନୂଆ ସଦସ୍ୟ ହୋଇଥିବା ବେଳେ ଶିବ ସୁନ୍ଦର ଦାସ ପୂର୍ବଭଳି ଚୟନକର୍ତ୍ତା ଭାବେ ରହିଛନ୍ତି। ଏବେ ଚୟନ କମିଟିରେ ଦୁଇ ଜଣ ଓଡ଼ିଆ ସାମିଲ ଅଛନ୍ତି।