ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ଏମସିଏଲ୍ ଠାରେ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ
ଆଜି ସମ୍ବଲପୂର ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ ଏମସିଏଲ୍ ଗେଷ୍ଟ ହାଉସ ଠାରେ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ନେତୃତ୍ବରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେବାସହ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ରାଜ୍ୟ ବିଜେପି ଉପସଭାପତି ତଥା ପୁର୍ବତନ ବିଧାୟକ ନାଉରୀ ନାଏକ ମଧ ଉପସ୍ଥିତ ରହିଥିଲେ।