ଶନିବାର ରାତି ରେ ବାରିପଦା ବସଷ୍ଟାଣ୍ଡ ଠାରେ ଜଣେ ଅଜଣା ବୃଦ୍ଧ ଅସହାୟ ଅବସ୍ଥାରେ ଥଣ୍ଡା କାକରରେ ପଡ଼ି ରହିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର କିଛି ଲୋକ ମାନେ ତାଙ୍କୁ ଉଦ୍ଧାର କରି ବାରିପଦା ଟାଉନ ଥାନା ପୋଲିସ କୁ ଖବର ଦେଇଥିଲେ। ଏହାପରେ ଟାଉନ ପୋଲିସ ରାତି ପ୍ରାୟ ୮.୩୦ ଟା ରେ ବାରିପଦା ବସଷ୍ଟାଣ୍ଡ ପହଞ୍ଚି ତାଙ୍କୁ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ୧୦୮ ଯୋଗେ ସ୍ଥାନାନ୍ତର କରିଥିବା ନେଇ ଜଣାପଡିଛି।