ଆଜି ସକାଳ ୮ଟା ସମୟରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜନଗର ବ୍ଲକ୍ ଓସ୍ତିଆ ଗ୍ରାମ ପଞ୍ଚାୟତ ନଗଡ଼ ଗ୍ରାମରେ ଚାଷ କାର୍ଯ୍ୟ ପାଇଁ କ୍ଷେତରେ ହଳ କରାଯିବା ସହ ବିହନ ଅନୁକୂଳ କରିଛନ୍ତି ରାଜନଗର ବିଧାୟକ ଧୂର୍ଵ ଚରଣ ସାହୁ। ପାରମ୍ପରିକ ରୀତି ନୀତି ଓ ସଂସ୍କୃତିର ବାର୍ତ୍ତା ବହନ କରୁଥିବା ଅକ୍ଷୟ ତୃତୀୟା ଅବସରରେ ନିର୍ବାଚନ ମଣ୍ଡଳୀର ସମସ୍ତ ଚଷା ଓ ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ହଳ ଲଙ୍ଗଳ ଧରି କ୍ଷତରେ ହଳ ବୁଲାଇବା ସହ ବିହନ ବୁଣିଥିବ ଦେଖିବାକୁ ମିଳିଛି। ତାଙ୍କ ସହିତ ସ୍ଥାନୀୟ ନେତୃମଣ୍ଡଳୀ ଓ ମହିଳା ସଭାନେତ୍ରୀ ଓ କର୍ମୀ ତଥା ଚାଷୀ ଭାଇମାନେ ଉପସ୍ଥିତ ଥିଲେ