କଟକ ପୌରାଞ୍ଚଳ: କଟକରେ ଅବକାରୀ ଚଢ଼ାଉ: 147 ଗ୍ରାମ ହେରୋଇନ୍ ଜବତ, ଜଣେ ଗିରଫ
କଟକ ସଦର ଥାନା ଅନ୍ତର୍ଗତ କାଜିପାଟଣା ରାସ୍ତାରୁ 147 ଗ୍ରାମ ହେରୋଇନ୍ ଜବତ। କଟକ ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ୍ ପକ୍ଷରୁ ଚଢ଼ାଉ କରାଯାଇ ଚନ୍ଦନ ରାଉତ ନାମକ ଯୁବକକୁ ଗିରଫ କରାଯାଇଛି। ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ 15 ଲକ୍ଷ 90 ହଜାର ଟଙ୍କା।