ପାରଳାଖେମୁଣ୍ଡି: ଗଜପତିରେ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ 'ଆମ କଳାକାର' ଚୟନ ପ୍ରକ୍ରିୟା
ଗଜପତି ଜିଲ୍ଲାରେ ଆରମ୍ଭ ହୋଇଛି ଜିଲ୍ଲାସ୍ତରୀୟ ‘ଆମ କଳାକାର’ ଚୟନ ପ୍ରକ୍ରିୟା। ପାରଳାଖେମୁଣ୍ଡି ଟାଉନ ହଲ୍ଠାରେ ନଅରୁ ଚଉଦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ। ଜିଲ୍ଲାର କଳାକାର ଓ ସାଂସ୍କୃତିକ ଅନୁଷ୍ଠାନମାନଙ୍କୁ ରାଜ୍ୟ ଓ ଜାତୀୟ ସ୍ତରରେ ସୁଯୋଗ ଦେବା ଏହାର ଲକ୍ଷ୍ୟ।