ଦେବଗଡ: ଗାଡପାଳ ଗ୍ରାମରେ ଏକ ଦିବସୀୟ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, କୁଣ୍ଡାପିଠା ଚମ୍ପିୟାନ
ତିଲେଇବଣି ବ୍ଲକ ଛେପିଲିପାଲି ଗ୍ରାମପଞ୍ଚାୟତ ଗାଡପାଳ ଗ୍ରାମରେ ଆଜି ଏକ ଦିବସୀୟ ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମୋଟ ୮ଟି ଦଳକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଦନାର୍ଦ୍ଦନପାଲି ଫୁଟବଲ ଦଳକୁ ୨-୦ ଗୋଲରେ ପାରସ୍ତ କରି କୁଣ୍ଡାପିଠା ଫୁଟବଲ ଦଳ ଚମ୍ପିୟାନ ହୋଇଛି । ଫାଇନାଲ ମ୍ୟାଚକୁ ରେଫରୀ ଭାବେ ଧର୍ମୁ ଶବର, ମାନସ ଶବର ଓ ପ୍ରତାପ ସୋରେଙ୍ଗ ପରିଚାଳନା କରିଥିଲେ।ଆଜି ସନ୍ଧ୍ୟା ପ୍ରାୟ 5 ରେ ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ତିଲେଇବଣି ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ ଯୋଗ ଦେଇଥିଲେ।