ହାଟଡିହି ବ୍ଲକ ନନ୍ଦିପଦା ଥାନା ବଡରମ୍ପାସ ଗ୍ରାମରେ ବ୍ରିଟିଶ ରାଜ ଦେଖିବାକୁ ମିଳିଛି। ଟଙ୍କା ଦେଣନେଣକୁ ନେଇ ଗ୍ରାମର ଜଣେ ବ୍ୟକ୍ତି ମଧ୍ୟସ୍ଥି ସାଜିଥିବା ଯୁବକକୁ ୭ଘଣ୍ଟା କାଳ ଲୁହା ଚେନରେ ବାନ୍ଧି ରଖିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଖବର ପାଇ ନନ୍ଦିପଦା ପୋଲିସ ବଡ଼ ରମ୍ପାସ ଗାଁ ରେ ପହଞ୍ଚି ବନ୍ଧା ହୋଇଥିବା ଯୁବକକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ନରେନ୍ଦ୍ର ଆୟଚ କୁ ଗିରଫ କରି ଆଜି ଦିନ ଦୁଇଟା ବେଳେ କୋର୍ଟ ଚାଲାଣ କରିଛି।