ଆଜି ଅତାବିରା ଉଗ୍ରେସେନ ଭବନ ଠାରେ ଅତାବିରା ବିଧାନସଭା ର ସଭାପତି ଜୟକ୍ରିଷ୍ଣା ଛୁରିଆ ଙ୍କ ସଭାପତିପ୍ତ ରେ ଆମ ଆଦମୀ ପାଟି ଅତାବିରା ବିଧାନସଭା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ସହ ପ୍ରଭାରୀ ଶ୍ରୀ ଟିଂକୁ ରାଜୋରା ଜି ସାମିଲ ହୋଇଥିଲେ. ପ୍ରାୟ 250ରୁ 300 ଲୋକ ସାମିଲ ହୋଇ ଦଳ ର ଆଗାମୀ କାର୍ଯ୍ୟକ୍ରମ ବାବଦରେ ରଣନୀତି ପ୍ରସ୍ତୁତ କରିଥିଲେ. ସହ ପ୍ରଭାରୀ ଶ୍ରୀ ଟିଂକୁ ଜି ଆଗାମୀ 2027 ଜିଲ୍ଲା ପରିଷଦ ସରପଞ୍ଚ ସମିତି ମେମ୍ବର ନିର୍ବାଚନ ରେ ଆପ ଦଳ ଓଡିଶା ରେ ମଜବୁତ ସହିତ ଲଡ଼ିବାକୁ ଦିଲ୍ଲୀ ରୁ କେଜ଼୍ରିୱାଲ ସନ୍ଦେଶ ଦେଇଥିବା ଘୋଷଣା କଲେ ଏବଂ ଅକଟୋବର ମାସରେ ଅରବିନ୍ଦ କେଜ଼୍ରିୱାଲ ଓଡ଼ିଶା ଆସୁଥିବା ସ୍ୱଷ୍ଟ କଲେ. ଏହି ସମାବେଶ ରେ ବିଜେପି ବିଜେଡି କଂଗ୍ରେସ ଦଳ ଛାଡି ଅନେକ କର୍ମୀ ଆପ ଦଳ ରେ ଆସ୍ଥାଭାଜନ କରି ଦଳର ସଦସ୍ୟତା ଗ୍ରହଣ କଲେ. ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଂଗଠନ ସମ୍ପାଦକ ଭବାନୀ ପ୍ରସାଦ ସାହୁ, ଜିଲ୍ଲା ସଭାପତି ଯଦୁମଣି ପ୍ରଧାନ, ଅତାବିରା ଯୁବ ସଭାପତି ଧର୍ମରାଜ ମେହେର, ବ୍ଲକ ସମ୍ପାଦକ ସୂର୍ଯ୍ୟ ନାରାୟଣ ଭୋଇ ସୁବଳ କହର, ଗୌତମ ମହାନନ୍ଦ, ଚିତ୍ତ କହେଁଇ, ନରୋତ୍ତମ ପଣ୍ଡା, ସୁଯୋଗ ପଧାନ, ସୁରେନ୍ଦ୍ର ବାଗ, ସାମନ୍ତ ଭୁଏ ,ଆଦିତ୍ୟ ପେରା, ଦୀନବନ୍ଧୁ ରନବିଡ଼ା , ସୁଜିତ୍ ମେହେର,ଉପସ୍ଥିତ ଥିଲେ