ବଡସାହି: ବିଦୁକୁଡ଼ିଆ ଏବଂ ମୋହନପୁର ଅଞ୍ଚଳର ୩୩ଜଣ ମହିଳାଙ୍କ ଠାରୁ ୩୫ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାମଲା ରୁଜୁକଲା ବୈଶିଙ୍ଗା ପୁଲିସ
ବୈଶିଙ୍ଗା ଥାନା ଅଧୀନ ବିଦୁକୁଡ଼ିଆ ଗ୍ରାମରେ ଜନୈକା ମହିଳା ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ଠାରୁ ୩୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଶୁକ୍ରବାର ଅପରାହ୍ନ ପାଞ୍ଚଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କଲା ବୈଶିଙ୍ଗା ପୁଲିସ l ବିଦୁକୁଡିଆ ଗ୍ରାମର କରୁଣାକର ବେହେରାଙ୍କ ସ୍ତ୍ରୀ ନିନି ସିଂ ବିଦୁକୁଡ଼ିଆ, ମୋହନପୁର ଇଲାକାର ମହିଳାଙ୍କ ଠାରୁ ୩୫ଲକ୍ଷ ଟଙ୍କା ଠକି ନେଇଛି l