ନୂଆଁ ଧାନର ମହକ, ପରମ୍ପରାର ମିଳନ ଏବଂ ଭାଇଚାରାର ନିଆରା ପର୍ବ ନୂଆଁଖାଇ। ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଧାମନାଗୁଡ଼ାଠାରେ ଭତ୍ରା ସମାଜ ପକ୍ଷରୁ ଆୟୋଜିତ ହୋଇଛି ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ ସମାରୋହ। ମା’ ଦନ୍ତେଶ୍ୱରୀଙ୍କ ପୀଠରେ ଏକାଠି ହୋଇଥିଲେ ଜିଲ୍ଲାର ଦଶଟି ବ୍ଲକରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଓ ସମାଜର ଲୋକ। ଏହି ଭବ୍ୟ ସମାରୋହରେ ଯୋଗଦେଇଥିଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ସମେତ ବିଧାୟକ, ପୂର୍ବତନ ସାଂସଦ ଓ ବହୁ ରାଜନୈତିକ ତଥା ସାମାଜିକ ନେତୃବୃନ୍ଦ:
#charchatv #odishanews #BreakingNews