୩୫ତମ ଆନ୍ତର୍ଜାତୀୟ କୋଣାର୍କ ଉତ୍ସବ ଆଜି ସନ୍ଧ୍ୟା ସାଡେ ୬ଟାରେ ରାଜ୍ୟ ମୁଖ୍ୟମନ୍ତ୍ରି ମୋହନ ଚରଣ ମାଝୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, କାକଟ ପୁର ବିଧାୟକ ତୁଷାର କାନ୍ତି ବେହେରା, ପର୍ଯ୍ୟଟନ ସଚିବ ବଲବନ୍ତ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍ସବର ଲକ୍ଷ ଓ ଉଦ୍ଧେଶ ଉପରେ ମତବ୍ୟକ୍ତ କରିଥିଲେ।