#ବଲାଣିପଶି_କ୍ରିକେଟ୍_ଟୁର୍ଣ୍ଣାମେଣ୍ଟରେ_ଡିମ୍ବ_ଦଳ_ଚାମ୍ପିୟନ_କୁଳିପଶି_ରନର୍ସଅପ୍
ଚାରିଦିନିଆ କ୍ରିକେଟ୍ ପ୍ରତିଯୋଗିତାରେ ୧୬ଟି ଦଳଙ୍କ ଅଂଶଗ୍ରହଣ, ବିଜେତାଙ୍କୁ ୧୪ ହଜାର ଓ ଉପବିଜେତାଙ୍କୁ ୧୦ ହଜାର ଟଙ୍କା ପୁରସ୍କାର
କେନ୍ଦୁଝର ଜିଲ୍ଲା ପାଟଣା ବ୍ଳକ କଣ୍ଟିଆପଡା ପଞ୍ଚାୟତ ବଲାଣିପଶି ଗ୍ରାମ ଖେଳ ପଡ଼ିଆରେ ମା’ ବୀଣାପାଣି ଯୁବକ ସଂଘ ପକ୍ଷରୁ ଆୟୋଜିତ ଚାରିଦିନିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଛି। ଫାଇନାଲ ମ୍ୟାଚ୍ରେ ଡିମ୍ବ ଦଳ କୁଳିପଶି ଦଳକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଏହି ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ।ଫାଇନାଲ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି କୁଳିପଶି ଦଳ ୧୧ ଓଭରରେ ୧୨୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଡିମ୍ବ ଦଳ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ୧୩୨ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। ଏଥିସହ ଡିମ୍ବ ଦଳ ଚାମ୍ପିୟନ ଏବଂ କୁଳିପଶି ଦଳ ଉପବିଜେତା ହୋଇଥିଲା। ବିଜେତା ଦଳକୁ ୧୪ ହଜାର ଟଙ୍କା ଓ ଉପବିଜେତା ଦଳକୁ ୧୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ତଥା ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କୁଡୁମୀ ସେନାର ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ସରପଞ୍ଚ ଲିନା ନାଏକ, ପ୍ରଧାନ ଶିକ୍ଷକ ଋଷିନାଥ ମହାନ୍ତ, ନାଏବ ସରପଞ୍ଚ ବାସନ୍ତୀ ମହାନ୍ତ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ମା’ ବୀଣାପାଣି ଯୁବକ ସଂଘ ପକ୍ଷରୁ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ମ୍ୟାଚ୍ରେ ଅମ୍ପାୟାର ଭାବେ ଦାରୁବ୍ରହ୍ମ ମହାନ୍ତ ଓ କେଶବ ଚନ୍ଦ୍ର ମହାନ୍ତ ଦାୟିତ୍ୱ ତୁଲାଇଥିଲେ। ସୁଶୀଲ କୁମାର ପାତ୍ର ଓ ଧରଣୀଧର ମହାନ୍ତ ଦଳର ଅଧିନାୟକ ଥିଲେ। ଅରୁଣ କୁମାର ମହାନ୍ତ ଓ ଟଙ୍କଧର ମହାନ୍ତ ଓଡ଼ିଆରେ ଧାରାବିବରଣୀ ପ୍ରଦାନ କରିଥିବା ବେଳେ ଜିତେନ୍ଦ୍ର ମହାନ୍ତ ସ୍କୋରବୋର୍ଡ ଦାୟିତ୍ୱ ତୁଲାଇଥିଲେ। ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନରେ କମିଟିର ସଭାପତି ସୁଜେଲ କୁମାର ମହାନ୍ତ, ସମ୍ପାଦକ ରାଜ କୁମାର ମହାନ୍ତ, ଧୀରେନ ମହାନ୍ତଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
#Crickettournament #balaniposi #keonjhar #pabitranewsodisha