ଜଗତସିଂହପୁର: ଜଗତସିଂହପୁରରେ ଓଲଟିଲା ମେଣ୍ଟାଲ ବୋଝେଇ ହାଇୱା: ଅଳ୍ପକେ ବର୍ତ୍ତିଲେ ଚାଳକ
ଜଗତସିଂହପୁର-ବାଲିକୁଦା ମୁଖ୍ୟ ରାସ୍ତାର ଢିଅସାହି ନିକଟରେ ଏକ ମେଣ୍ଟାଲ ବୋଝେଇ ହାଇୱା ଭାରସାମ୍ୟ ହରାଇ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଚାଳକ ସୁରକ୍ଷିତ ଥିବା ବେଳେ ଗାଡିରେ ଥିବା ସମସ୍ତ ମେଣ୍ଟାଲ ରାସ୍ତାରେ ଢାଳି ହୋଇଯାଇଛି।