ସମ୍ବଲପୁର ମ୍ୟୁନିସିପାଲଟି: ଏବିଭିପି ପକ୍ଷରୁ ସମ୍ବଲପୁର ମହିଳା ଥାନାରେ କରାଗଲା ପ୍ରତିବାଦ
ସମ୍ବଲପୁର ଜିଏମ ବିଶ୍ଵବିଦ୍ୟାଳୟ ଠାରେ ଛାତ୍ରୀଙ୍କୁ ଜଣେ ସହକାରୀ ପ୍ରଫେସରଙ୍କ ନିର୍ଯ୍ୟାତନା ଦିଆଯିବା ଘଟଣାରେ ଆଜି ଏବିଭିପି ପକ୍ଷରୁ ଆଜି ସମ୍ବଲପୁର ମହିଳା ଥାନାରେ ଏକତ୍ରିତ ରହି ପ୍ରତିବାଦ କରାଯାଇଛି। ଏବିଭିପି ଓଡ଼ିଶା ପଶ୍ଚିମର ସମ୍ପାଦକ ଶେତାଂଶୁ ଶେଖର ବରାଇଙ୍କ ନେତୃତ୍ବରେ ଏବିଭିପି ପ୍ରତିନିଧି ଦଳ ପକ୍ଷରୁ ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସିମରନ ପ୍ରଧାନ,ପ୍ରୀତିଶ କରଙ୍କ ସମେତ ଅନ୍ୟ ସଭ୍ୟ ମାନେ ଏକତ୍ରିତ ହୋଇ ଏନେଇ ଏହି ଘଟଣାରେ ଦୃଢ଼ ପ୍ରତିବାଦ କରାଯାଇଥିଲା।