ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଆଭାସୀ ମାଧ୍ୟମରେ ରାଜ୍ୟର ୪୪ ଟି ନୂଆ ସବ୍-ରେଜିଷ୍ଟ୍ରେସନ ଅଫିସ୍ର ଉଦ୍ଘାଟନ କରିବା ସହିତ ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ, କଙ୍କଡ଼ାହାଡ଼ ଓ ଓଡ଼ାପଡ଼ା ତହସିଲରେ ନୂଆ ସବ୍-ରେଜିଷ୍ଟ୍ରେସନ ଅଫିସ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଜିଲ୍ଲା ମୁଖ୍ୟାଳୟ ଓସ୍ୱାନ ହଲ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ବର ପାଟିଲ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତିନିଧିତ୍ବ କରିଥିଲେ।ସୂଚନା ଯୋଗ୍ୟ ଯେ ଏହି ନୂଆ ସବ୍-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଦ୍ବାରା ଏହି ଅଞ୍ଚଳର ଲୋକମାନେ ଏବେ