ପାଣି ଗରମ କରୁଥିବା ବେଳେ କରେଣ୍ଟ ଲାଗି ମହିଳା ଙ୍କର ମୃତ୍ୟୁ l ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ରଘୁନାଥପୁର ଗ୍ରାମ ର କାହ୍ନୁ ଚରଣ ବୈଶାଖୀ ଙ୍କ ସ୍ତ୍ରୀ ଯାଜ୍ଞସେନୀ ବେହେରା ଆଜି ଗାଧୋଇବା ପାଇଁ ପାଣି ହିଟର ରେ ପାଣି ଗରମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡ଼ିଥିଲେ | ସଂଜ୍ଞାହୀନ ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ଖଇରା ମେଡିକାଲ ନେଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ l ଖବର ପାଇ ଆଜି ଅପରାହ୍ନ 4 ଘଟିକା ସମୟରେ ଖଇରା ପୋଲିସ ପହଁଚି ମୃତ ଦେହ କୁ ଜବଦ ରଖି ତଦନ୍ତ ଆରମ୍ଭ କରିଛନ୍ତି l