ବାରିପଦା ମ୍ୟୁନିସିପାଲଟି: ଆଦିବାସୀ ସେଙ୍ଗେଲ ଆଭିଯାନ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀ ଭବନରେ ନିର୍ବାଚନୀ ସଭା ଅନୁଷ୍ଠିତ
ଆଦିବାସୀ ସେଙ୍ଗେଲ ଆଭିଯାନର ବାରିପଦା ଜୋନାଲ କମିଟି ସହ ଅଲ୍ ଇଣ୍ଡିଆ ମାଝୀ ପାର୍ଗାନା ମାଡୱା ଓଡିଶା ପ୍ରଦେଶ କମିଟିର ନିର୍ବାଚନୀ ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଛି। ସେଙ୍ଗେଲ ପ୍ରଦେଶ ପାର୍ଗାନା ନାରାନ ମୁର୍ମୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଭବନ ଠାରେ ଆଦିବାସୀ ସମାଜ ହିତରେ ୨୦୨୪, ସାଧାରଣ ନିର୍ବାଚନର ପରିଣାମ ବିଷୟରେ ଆଲୋଚନା କରାଯାଇଥିଲା।