କେନ୍ଦୁଝର ସହର: କଇଁସିଆରୀ ଗ୍ରାମରେ ଅଗ୍ନିକାଣ୍ଡରେ ଦୁଇ ବଖରା ଘର ପୋଡ଼ି ପାଉଁଶ
ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗଡବାନ୍ଧଗୋଡା ପଞ୍ଚାୟତ କଇଁସିଆରୀ ଗ୍ରାମର ଅଶୋକ ପାତ୍ରଙ୍କ ଘରେ ନିଆଁ ଲାଗି ଦୁଇ ବଖରା ଘର ଓ ଘରର ଆସବାବପତ୍ର ଓ ଘରେ ଥିବା ଚାଉଳ କିଛି ନଗଦ ଟଙ୍କା ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ସୁଚନା ଅନୁସାରେ ଆଜି ମଧ୍ୟାହ୍ନ ସମୟରେ କୌଣସି କାରଣରୁ ହଠାତ୍ ଘରେ ନିଆଁ ଲାଗିବାର ଦେଖି ପରିବାର ଲୋକେ ନିଆଁ କୁ ଆୟତ୍ତ କରିବା ସହ ଘସିପୁରା ଅଗ୍ନିଶମ ବାହିନୀ ଙ୍କୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।