ଜଳେଶ୍ୱରରେ ୬ କୁଇଣ୍ଟାଲ ପଲିଥିନ୍ ଜବତ, ଗୋଟିଏ ଦୋକାନ ଘର ସହିତ ୩ ଟି ଗୁଡାଉନ ସିଲ୍
ଜଳେଶ୍ୱର ପୌରପାଳିକା ପକ୍ଷରୁ ପଲିଥିନ୍ ବିରୋଧୀ ଚଢ଼ାଉ ବେଳେ ବାସନ୍ତୀ ପଡ଼ିଆ ନିକଟସ୍ଥ ଏକ ଭେରାଇଟି ଷ୍ଟୋର୍ରୁ ପ୍ରାୟ ୬ କୁଇଣ୍ଟାଲ ପଲିଥିନ୍ ଜବତ କରାଯାଇଛି। ଏଥିସହ ଦୋକାନ ଓ ଏହାର ୩ଟି ଗୋଦାମକୁ ସିଲ୍ କରାଯାଇଛି। ଯାଞ୍ଚ ସମୟରେ ସମ୍ପୃକ୍ତ ବ୍ୟବସାୟୀଙ୍କ ନିକଟରେ ଟ୍ରେଡ୍ ଓ ଫୁଡ୍ ଲାଇସେନ୍ସ ନଥିବା ଜଣାପଡ଼ିଥିଲା। ଚଢ଼ାଉ ବେଳେ କେଦାରନାଥ ଧଳଙ୍କ ସମେତ ୫ ଜଣ ପୌର କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ସରକାରୀ କାର୍ଯ୍ୟରେ ବାଧା ଦେଇଥିବା ଅଭିଯୋଗ ହୋଇଛି। ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା।ଏ ନେଇ ଶ୍ରୀ ସିଂହ ଥାନା ଲିଖିତ ଅଭିଯୋଗ କରି ଛନ୍ତି
Surajtv #jabat #jaleswar #balasore