ପଟ୍ଟାଙ୍ଗୀ: ପାଡୁଆ ପଞ୍ଚାୟତ ବାଲିଘାଟ, ଗୁମାଗୁଡା ଓ ନନ୍ଦପୁର ହାଟପଦାରେ ବର୍ଷାରେ ଧସିଲା ୩ ଗୃହ
ନନ୍ଦପୁର ବ୍ଲକ ଅଞ୍ଚଳରେ ଗତ ୩ ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ପ୍ରଭାବିତ ହୋଇଛି। ବର୍ଷା ପ୍ରଭାବରେ ଶୁକ୍ରବାର ଅପରାହ୍ନ ୪ଘଣ୍ଟା ସମୟରେ ପାଡୁଆ ପଞ୍ଚାୟତ ବାଲିଘାଟ ଗ୍ରାମର କେଶବ ଖରା ଓ ଗୁମାଗୁଡା ଗ୍ରାମର ଉମେଶ ବୁରୁଜାଙ୍କ ଘର ଭାଙ୍ଗି ଯାଇଛି। ସେହିଭଳି ନନ୍ଦପୁର ବ୍ଲକ ସଦର ମହକୁମା ହାଟପଦା ନିକଟରେ ବସବାସ କରୁଥିବା ସୋମନାଥ ଗୌଡଙ୍କ ଘର କାନ୍ଥ ଧସି ଯାଇଥିବା ଦେଖିବାକୁ ମିଳିଛି। ଖବର ପାଇ ନନ୍ଦପୁର ତହସିଲଦାରଙ୍କ ନିର୍ଦ୍ଦେଶ ମତେ ପାଡୁଆ ଓ ନନ୍ଦପୁର ଆରଆଇ ଦୁଇ ପରିବାର ଯଥା କେଶବ ଓ ସୋମନାଥ ଙ୍କ ପରିବାରକୁ ତ୍ୱରିତ ସହାୟତା ପୂର୍ବକ ପଲିଥିନ ଯୋଗାଇ ଦେଇଥିଲେ