#କୋରାପୁଟରେ_ବନ୍ୟପ୍ରାଣୀ_ସପ୍ତାହ_ପାଳିତ 🐘🌿
🏆 ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଲେ ପ୍ରଦୀପ ମିଶ୍ର ଓ ସୁନୀଲ କୁମାର ପ୍ରଧାନ
କୋରାପୁଟ ଡିଭିଜନ୍ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସର୍କଲସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷା ସହ ଜନସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ RCCF, DFO, ACF କୋରାପୁଟ ଓ ଜୟପୁରଙ୍କ ସମେତ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ।
🏅 ପ୍ରଦୀପ ମିଶ୍ର ଓ ସୁନୀଲ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।
🎨 ସେହିପରି କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ହୋଇଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।
🌳 ବନ୍ୟପ୍ରାଣୀ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ।
#Koraput #WildlifeWeek #WildlifeConservation #KoraputNews #OdishaNews #News11Odia