Public App Logo
Jansamasya
News
Maharashtra
Bjp
National
Police
Bihar
बिहार
कांग्रेस
Congress
Modi
Delhi
Viral
Jharkhand
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

କୋଟପାଡ଼ା ଏଇଇ ସତ୍ୟନାରାୟଣ ସେଠୀଙ୍କ ଘରେ ଭିଜିଲାନ୍ସର ବଡ ଧରଣର ଚଢ଼ାଉ।ପୁଳା ପୁଳା ଟଙ୍କା ଓ ସୁନା ଅଳଙ୍କାର ଜବତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ, ୭ଟି ସ୍ଥାନରେ ଭିଜିଲାନ୍ସ ର ଏକକାଳୀନ ତଲାସି ଜାରୀ ରହିଛି। ଜୟପୁର ପାରାବେଡା ସ୍ଥିତ ଭଢା ଘରେ ଭିଜିଲାନ୍ସ ଚଢ଼ାଉ ରେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଜବତ କରିଛି। ଆୟର ଉତ୍ସଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କୋଟପାଡ଼ା ବ୍ଲକ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ସତ୍ୟନାରାୟଣ ସେଠୀଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଶୁକ୍ରବାର ଜୟପୁର ଭିଜିଲାନ୍ସ ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ କୋରାପୁଟ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାର ୭ଟି ସ୍ଥାନରେ ଏକକାଳୀନ ତଲାସି ଆରମ୍ଭ ହୋଇଛି। ଏହି ଚଢ଼ାଉରେ ୭ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି। ଭିଜିଲାନ୍ସ ପକ୍ଷରୁ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ତଲାସି ଚାଲିଛି- ଜୟପୁର ପରାବେଡା ସ୍ଥିତ ଭଡ଼ା ଘର, ଖୋର୍ଦ୍ଧା ଜିଲ୍ଲା ଯଟଣୀ ଅଞ୍ଚଳର ହାଇଟେକ୍ ପ୍ଲାଜାରେ ଥିବା ଆବାସିକ ଫ୍ଲାଟ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଜହାଙ୍ଗର ଗ୍ରାମର ପୈତୃକ ବାସଭବନ, କୋଟପାଡ଼ା ସ୍ଥିତ ସରକାରୀ କ୍ୱାର୍ଟର, କୋଟପାଡ଼ା ବ୍ଲକ୍ କାର୍ଯ୍ୟାଳୟରେ ଥିବା ଅଫିସ କକ୍ଷ, ବୋରିଗୁମ୍ମା ତହସିଲ ଅନ୍ତର୍ଗତ ତାରାଗାଁ ମୌଜାରେ ଥିବା ଦୁଇଟି ଚାଷ ଜମି, ଭିଜିଲାନ୍ସ ଅଧିକାରୀମାନେ ସମ୍ପତ୍ତି ସମ୍ବନ୍ଧୀୟ କାଗଜପତ୍ର, ବ୍ୟାଙ୍କ ଜମା, ନଗଦ ଟଙ୍କା, ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଅଚଳ ସମ୍ପତ୍ତିର ତଥ୍ୟ ଯାଞ୍ଚ କରୁଛନ୍ତି। ତଲାସି ପ୍ରକ୍ରିୟା ଜାରି ରହିଥିବାବେଳେ ସମ୍ପତ୍ତିର ପରିମାଣ ଓ ମୂଲ୍ୟାଙ୍କନ ସମ୍ପର୍କରେ ଚୂଡ଼ାନ୍ତ ରିପୋର୍ଟ ପରେ ପ୍ରକାଶ ପାଇବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି।

Jeypore, Koraput | Jun 19, 2026

MORE NEWS