ନୂଆପଡା: ଓଡିଶା ସାହିତ୍ୟ ଏକାଡ଼େମୀ ସ୍ଵନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ନୂଆପଡ଼ାରେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
ଓଡିଶା ସାହିତ୍ୟ ଏକାଡ଼େମୀର ସ୍ଵନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ନୂଆପଡ଼ାରେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ନୂଆପଡ଼ା ନେସନାଲ ଉଚ୍ଚ ବିଦ୍ୟାଳୟରେ ଆଜି ୨ ଟା ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ପ୍ରତିଯୋଗିତାରେ ଜିଲ୍ଲାର ୧୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୂଏ, ଜିଲ୍ଲା ବିଜ୍ଞାନ ନିରିକ୍ଷକ ଗିରିଧାରୀ ସା, ପ୍ରଧାନ ଶିକ୍ଷକ ପ୍ରବୋଧ ହୋତା, ଶିକ୍ଷକ ରାଧେଶ୍ୟାମ ଶାହା ଓ କିଶୋର ଚନ୍ଦ୍ର ପ୍ରଧାନ ପୁରସ୍କୃତ କରିଥିଲେ।