📌~ କାଦୁଅ ରେ ଭିଜିଲା ଭକ୍ତି, ଶାନ୍ତି ରେ ସରିଲା ଦେଓଗାଁ ର ଅଦ୍ଭୁତ ଘୋଷଯାତ୍ରା
📌~ ୫୦୦ ବର୍ଷ ପୂର୍ବର ଐତିହ ପୀଠ ବଳଦେବ ଜୀଉ ମନ୍ଦିର
📌~ ଏଠାରେ ରଥରେ ଯାଆନ୍ତି ନାହିଁ ଭଉଣୀ ସୁଭଦ୍ରା
📌~ ପ୍ରତିବର୍ଷ ଭଳି କାଦୁଅ ପଚପଚ ବଡ଼ଦାଣ୍ଡ ରେ ଭିଡ଼ିଲେ ରଥ
📌~ଭକ୍ତି ଥିଲେ କାଦୁଅ ବି ତୀର୍ଥ ହୋଇଯାଏ, ବାଟ ବି ବୈକୁଣ୍ଠ ହୋଇଯାଏ।
ରାଜ୍ୟର ପ୍ରସିଦ୍ଧ ଶୈବ ପୀଠ କପିଳାସର ପାଦ ଦେଶରେ ଦେଓଗାଁ ଗ୍ରାମରେ ରହିଛି ବହୁ ପ୍ରାଚୀନ ଓ ଐତିହ ପୀଠ ପ୍ରଭୁ ବଳଦେବ ଜୀଉ ମନ୍ଦିର ରେ ପାଳିତ ହୋଇଗଲା ଅନନ୍ୟ ଘୋଷଯାତ୍ରା।
ପ୍ରାତଃ ମଙ୍ଗଳାଳତି ଓ ଧୂପର ସୁଗନ୍ଧ ରେ ମନ୍ଦିର ପ୍ରାଙ୍ଗଣ ମହକୁଥିଲା। ସାଢେ ୨ଟା ରେ ଘଣ୍ଟ-ମାଦଳ-ଝାଞ୍ଜର ଧ୍ୱନି ଓ ଭକ୍ତଙ୍କ "ହରିବୋଲ" ରେ ପବନ କମ୍ପି ଉଠିଲା। ପହଣ୍ଡି ବିଜେ ପରେ ବେଢା ପରିକ୍ରମା, ରଥାରୁଢ଼ ଓ ଛେରା ପହଁରା ପରେ ଗୋପାଳ ଲଉଡ଼ି ଖେଳ ଓ ସଙ୍କୀର୍ତ୍ତନ ମଣ୍ଡଳୀ ସାରା ବଡଦାଣ୍ଡର ଭକ୍ତିରେ ଭରିଦେଲେ।
ଆକାଶ ମେଘାଛନ୍ନ ଥିଲା। ବଡ଼ଦାଣ୍ଡ କାଦୁଅ ପଚପଚ। କିନ୍ତୁ ଭକ୍ତି ଆଗରେ ପ୍ରକୃତି ବି ହାରିଗଲା। ୩:୪୦ ରେ ହଜାର ହାତ ମିଶି ରଥର ଦଉଡି ଟାଣିଲେ। କାଦୁଅ ରେ ଖାଲି ପାଦ ବୁଡିଲା, କିନ୍ତୁ ମୁଖରେ ନାମ ସଙ୍କୀର୍ତ୍ତନ ଓ ଜୟ ଜଗନ୍ନାଥ ଥମିଲା
ନାହିଁ। ସନ୍ଧ୍ୟା ୫ଟା ରେ ରଥ ମାଉସୀ ମା ମନ୍ଦିର ପହଁଚିଲା। ବଡ଼ ଦାଣ୍ଡରେ କାଦୁଅ ପଚପଚ ରେ ଭକ୍ତ ମାନେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ଓ ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇଥିଲା l
Daily Highlight News odia odisha ଗଁଦିଆ ଖବର Public Dhenkanal Update Facebook for Creators
Dhenkanal Sadar, Dhenkanal | Jul 17, 2026