ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ସାକ୍ଷିପଡା ଆଦିବାସୀ କ୍ଲବ କୋଠାର ଉନ୍ନତିକରଣ ନେଇ ପ୍ରତିକ୍ରିୟା ରଖିଲେ ସଭାପତି ଗିରିଧାରୀ ମୁଣ୍ଡା
ସମ୍ବଲପୁର ସହରର ଅନ୍ୟତମ ପୁରାତନ ଅନୁଷ୍ଠାନ ଭାବରେ ପରିଚିତ ସାକ୍ଷିପଡା ଆଦିବାସୀ କ୍ଲବ କୋଠାର ଉନ୍ନତିକରଣ ନେଇ ଆଜି ସଂଧ୍ୟାରେ ଆଦିବାସୀ କ୍ଲବ ଠାରେ ପ୍ରତିକ୍ରିୟା ରଖିଲେ ସଭାପତି ଗିରିଧାରୀ ମୁଣ୍ଡା। ସେ କହିଛନ୍ତି ଯେ ଏକ ପୁରାତନ ଅନୁଷ୍ଠାନ ଭାବରେ ଏହାର ଯେତେ ବିକାଶ ହେବା କଥା ହୋଇ ପାରିନାହିଁ। କ୍ଲବ ମଧ୍ୟରେ ଆଲୁଅ,ଫ୍ୟାନ ନଥିବାବେଳେ ପାଚେରୀ ନିର୍ମାଣ ଆବଶ୍ୟକତା ରହିଛି। ଏନେଇ ସରକାରୀ ସ୍ତରରେ ପଦକ୍ଷେପ ନେବାକୁ ସେ ଆଜି ନିଜ ପ୍ରତିକ୍ରିୟା ଦେଇ ଦୃଢ଼ ଦାବି କରିଛନ୍ତି।