ମାଲକାନଗିରି : ବନ୍ୟପ୍ରାଣୀ ସପ୍ତାହ ଅବସରରେ ମାଲକାନଗିରିର ସତିଗୁଡା ଇକୋ ପାର୍କଠାରେ ଇକୋ ଯୁବା ଟ୍ରାଇବ ଓ ମାଲକାନଗିରି ବନ ବିଭାଗର ମିଳିତ ସହଯୋଗରେ ଏକ ବାର୍ଡୱାକ ଆୟୋଜିତ ହୋଇଥିଲା। ଏଥିରେ ସତିଗୁଡା କନ୍ୟାଶ୍ରମ ବିଦ୍ୟାଳୟର ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବନ୍ୟଜନ୍ତୁ ସପ୍ତାହର ଉଦ୍ଦେଶ୍ୟ ଓ ଗୁରୁତ୍ବ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ଏହାସହିତ ପକ୍ଷୀ ପର୍ଯ୍ୟବେକ୍ଷଣର ପ୍ରକ୍ରିୟା, ବାଇନୋକୁଲାର ଓ କ୍ୟାମେରା ବ୍ୟବହାର କରି ପକ୍ଷୀମାନଙ୍କୁ ନିକଟରୁ ପର୍ଯ୍ୟବେକ୍ଷଣ କରିବା, ସେମାନଙ୍କୁ ଚିହ୍ନଟ କରିବା ଏବଂ ଫଟୋଗ୍ରାଫି କରିବାର ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ଜଣାଇ ଦିଆଯାଇଥିଲା। ଏଥିସହିତ ବିଭିନ୍ନ ପକ୍ଷୀଙ୍କ ବାସସ୍ଥାନ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା I ଛାତ୍ରୀମାନେ ଇକୋପାର୍କ ଓ ଏହାର ଆଖପାଖ ଅଞ୍ଚଳରେ ବାର୍ଡୱାକ୍ରେ ଯୋଗଦେଇ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ପର୍ଯ୍ୟବେକ୍ଷଣ କରିଥିଲେ। ୱାନ୍ ଶେଷରେ ବାସସ୍ଥାନ ପରିଚୟ, ଦେଖୁଥିବା ପକ୍ଷୀମାନଙ୍କ ଓ ସେମାନଙ୍କ ସମ୍ପର୍କରେ ଆଚରଣ ଉପରେ ଆଲୋଚନା କରାଯାଇଥିଲା। ଏଥିସହିତ ବନ୍ୟଜନ୍ତୁ ଓ ପରିବେଶ ସୁରକ୍ଷାରେ ଛାତ୍ରଛାତ୍ରି ଙ୍କ ଭୂମିକା ଉପରେ ମଧ୍ୟ ଆଲୋଚନା ହୋଇଥିଲା।