ଜିଲ୍ଲାସ୍ତରୀୟ ମହାସଂଘର ସଭାପତି ଜ୍ୟୋତିରେଖା ଚେଟ୍ଟୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା।
'ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ'ରେ ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ପରାମର୍ଶ ପାଇଁ ଜିଲ୍ଲାସ୍ତରୀୟ ମହାସଂଘର ସଭାପତି ଜ୍ୟୋତିରେଖା ଚେଟ୍ଟୀଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଧନ୍ୟବାଦ ପତ୍ର ପ୍ରେରଣ କରିଛନ୍ତି।
ମହିଳା ସଶକ୍ତିକରଣ, ଗ୍ରାମାଞ୍ଚଳରେ ମହିଳା ଉଦ୍ୟୋଗୀକରଣ, 'ଲକ୍ଷପତି ଦିଦି' ସୃଷ୍ଟି ଓ ଆର୍ଥିକ ବିକାଶରେ ତାଙ୍କ ଅବଦାନକୁ ମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ସମ୍ମିଳନୀରେ ମିଳିଥିବା ଗଠନମୂଳକ ପରାମର୍ଶକୁ ସରକାରଙ୍କ ଆଗାମୀ ଯୋଜନାରେ ଗୁରୁତ୍ୱର ସହ ବିଚାର କରାଯିବ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି।
ଏହି ପ୍ରଶଂସା ପତ୍ର ପାଇବା ପରେ ଜ୍ୟୋତିରେଖା ଚେଟ୍ଟୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ କୃତଜ୍ଞତା ଜଣାଇଛନ୍ତି।
📰 ଏଭଳି କୋରାପୁଟ ଓ ଓଡ଼ିଶାର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖବର ପାଇଁ ଆମ ପେଜକୁ Follow କରନ୍ତୁ।
#Openlensnews #VoiceOfKoraput #SubhadraShakti #MissionShakti #WomenEmpowerment #Jeypore #Koraput #Odisha