SMS News Bureau Bhubaneswar
ସହରର ବିଭିନ୍ନ ସମସ୍ୟାକୁ ନେଇ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଧାୟକ ଶ୍ରୀ ଦୁର୍ଗା ତନ୍ତୀ ।
ସ୍ମାର୍ଟ ସିଟି ରାଉରକେଲାରେ ଦୀର୍ଘବର୍ଷ ଧରି କୌଣସି ଗୃହ ନିର୍ମାଣ ଯୋଜନା ହୋଇନଥିବା ବେଳେ ଅପରପଟେ ସହରର ଜନସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଛି । ଫଳରେ ଲୋକମାନେ ରହିବା ପାଇଁ ବାସଗୃହ ଖଣ୍ଡେ ପାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କର ଏହି ସମସ୍ୟାକୁ ନେଇ ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ଆଜି ଭୁବନେଶ୍ୱରରେ ରାଜ୍ୟ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରି ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସରକାର ଏ ବିଷୟରେ ଗମ୍ଭୀରତାର ସହିତବବିଚାର କରୁଛନ୍ତି । ଅତିଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏତଦ ବ୍ୟତୀତ ମନ୍ତ୍ରୀଙ୍କ ସହିତ ଆଲୋଚନା ବ୍ରଲେ ଆଜି ରାଉରକେଲାରେ ଆମ ବସ ସେବା ବନ୍ଦ ଥିବା ଘଟଣା ସମ୍ବନ୍ଧରେ ଖବରପାଇ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ମନ୍ତ୍ରୀ ଡ଼ଃ ମହାପାତ୍ରଙ୍କ ଦୃଷ୍ଟ ଆକର୍ଷଣ କରିଥିଲେ । ଏହାପରେ ଆମ ବସ ସେବା ପରିଚାଳନା କରୁଥିବା ତଥା ପ୍ରକଳ୍ପ ମୁଖ୍ୟଙ୍କ ସହିତ ମଧ୍ୟ ଫୋନ ଯୋଗେ କଥା ହୋଇ ତୁରନ୍ତ ସମସ୍ୟାର ସମାଧାନ କରି ଆମ ବସ ସେବାକୁ ସ୍ୱାଭାବିକ କରିବା ପାଇଁ ପରାମର୍ଶ ଦେଇଥିଲେ ।