କୋରାପୁଟ ପାଇନ୍ ଜଙ୍ଗଲରେ ଗଣଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତ ଗିରଫ,
ପ୍ରଥମ ଅଭିଯୁକ୍ତଙ୍କ ପରେ ଅନ୍ୟ ଦୁଇଜଣଙ୍କୁ ମଧ୍ୟ କୋର୍ଟ ଚାଲାଣ
କୋରାପୁଟ ସଦର ଥାନା ଅନ୍ତର୍ଗତ ଗଣଦୁଷ୍କର୍ମ ମାମଲାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ କୋରାପୁଟ ସଦର ଥାନାରେ କେସ୍ ନଂ-୧୫୭/୨୦୨୬ ରୁଜୁ ହୋଇଥିବା ଜଣାପଡ଼ିଛି।
ମାମଲାର ମୁଖ୍ୟ ଅଭିଯୁକ୍ତ ଜୟପୁର ସଦର ଅଞ୍ଚଳର ୨୬ ବର୍ଷୀୟ ବରୁଣ ହିଆଲଙ୍କୁ ପୁଲିସ ଗତ ୧୦ ଅଗଷ୍ଟରେ ଗିରଫ କରିଥିଲା। ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।ମାମଲାରେ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ନବରଣପୁର ଅଞ୍ଚଳର ୨୭ ବର୍ଷୀୟ ସୁରେନ୍ଦ୍ର ହରିଜନ ଏବଂ ଜୟପୁର ସଦର ଅଞ୍ଚଳର ସନ୍ୟାସୀ ସାଗର ଓରଫ ସନ୍ୟାସୀ ଗମାଙ୍ଗୋଙ୍କୁ ଗତ ୨୦ ଅଗଷ୍ଟରେ ପୁଲିସ ଗିରଫ କରିଛି। ଉଭୟଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି। ମାମଲାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ଘଟଣାର ସମ୍ପୂର୍ଣ୍ଣ ପୃଷ୍ଠଭୂମି ଏବଂ ଅନ୍ୟାନ୍ୟ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।