
*ଭାରତ ମାତା ସେବାନ୍ୟାସ ତରଫରୁ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ଏବଂ ଭାରତ ମାତା ମନ୍ଦିର ନିର୍ମାଣ ର ଭୂମି ପୂଜନ ପାଇଁ ଦେବ ନିମନ୍ତ୍ରଣ*
ଅତାବିରା, ୨୫ ଜୁନ୍ (ପ୍ରେସ୍ ବିଜ୍ଞପ୍ତି):
ଓଡ଼ିଶା ମାଟିର ସାଂସ୍କୃତିକ ଓ ରାଷ୍ଟ୍ରୀୟ ଜାଗରଣ ପାଇଁ "ଭାରତ ମାତା ସେବାନ୍ୟାସ" ତରଫରୁ ଆସନ୍ତା ୨୯ ଜୁନ୍ ସୋମବାର ଦିନ "ଭୂମି ପୂଜନ ଉତ୍ସବ" ରଖାଯାଇଛି। ସେହି ସଂକଳ୍ପ ର ପ୍ରଥମ ଚରଣ ସ୍ଵରୂପ ଆଜି ଗୁରୁବାର ଦିନ ନ୍ୟାସର ସଂସ୍ଥାପକ ,ମୁଖ୍ୟ ନ୍ୟାସୀ ଗଣ ,ଉପଦେଷ୍ଟା ଗଣ ଓ ସଭ୍ୟ ମାନଙ୍କ ସମେତ ବହୁ ସାମାଜିକ ସଂଗଠନ ମାନଙ୍କର ଉପସ୍ଥିତି ରେ ପବିତ୍ର "ଦେବ ନିମନ୍ତ୍ରଣ" କାର୍ଯ୍ୟକ୍ରମ ଅତ୍ୟନ୍ତ ସସମ୍ମାନ ସମ୍ପନ୍ନ ହୋଇଛି। ପ୍ରଥମେ ଅତାବିରା ଗଣେଶ ମନ୍ଦିର, ହନୁମାନ ମନ୍ଦିର, ଦୁର୍ଗା ମନ୍ଦିର, ମାଁ ସମଲେଶ୍ଵରୀ ମନ୍ଦିର, ଜଗନ୍ନାଥ ମନ୍ଦିର ଏବଂ ମାଁ ରାମଚଣ୍ଡୀ ମନ୍ଦିରରେ ହଳଦିଆ ଚାଉଳ,ଗୁଆ ଓ ନିମନ୍ତ୍ରଣ ପତ୍ର ଅର୍ପଣ କରାଗଲା। ଏହା ପରେ ନ୍ୟାସ ତରଫରୁ ଅତାବିରାର ମାନ୍ୟବର ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦଙ୍କ ନିବାସ ସ୍ଥାନକୁ ଯାଇ ପ୍ରଥମ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି। ସୋମବାର ସକାଳେ ହେବାକୁ ଥିବା ଏହି ମହାଯଜ୍ଞରେ ଆଖପାଖ ସମସ୍ତ ଅଞ୍ଚଳର ପ୍ରତିନିଧି, ଦେଶଭକ୍ତ ସଂଗଠନ ଏବଂ ପ୍ରମୁଖ ସମାଜସେବୀ ମାନେ ଯୋଗଦେଇ ୧୦୮ ନାରିକେଳ ବଳି ପ୍ରଦାନ ପୂର୍ବକ ଭୂମି ପୂଜନ କରିବେ। ସମସ୍ତ ଭେଦଭାବରୁ ଊର୍ଧ୍ଵକୁ ଯାଇ ଏହି ରାଷ୍ଟ୍ର-କାର୍ଯ୍ୟରେ ସାମିଲ ହେବା ପାଇଁ ସେବାନ୍ୟାସ ତରଫରୁ ସମସ୍ତ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଛି ।