ବ୍ରଜରାଜନଗର ମହାବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ମାତ୍ର ଏହି ପ୍ରତିଷ୍ଠା ଦିବସରେ ବ୍ରଜରାଜନଗରର ସ୍ଥାନୀୟ ବୁଦ୍ଧିଜୀବୀ, କଲେଜ ପ୍ରତିଷ୍ଠା ପାଇଁ ଅବଦାନ ଥିବା ବ୍ୟକ୍ତି ଏବଂ କଲେଜ ଆଲୁମିନି ଆସୋସିଏସନର ସଦସ୍ୟ ମାନଙ୍କୁ ବ୍ରଜରାଜନଗର କଲେଜର ଅଧ୍ୟକ୍ଷଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇ ନଥିବା ଅଭିଯୋଗ ହୋଇଛି।
ଅନେକ ପୁରାତନ ଛାତ୍ର ଏବଂ ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି ଯେ କଲେଜର ବିକାଶରେ ସେମାନଙ୍କର ବଡ଼ ଭୂମିକା ରହିଛି। କିନ୍ତୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦିନରେ ସେମାନଙ୍କୁ ଉପେକ୍ଷା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏନେଇ ସ୍ଥାନୀୟ ମହଲରେ ଅଧ୍ୟାୟଙ୍କ ମନୋମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଆଗାମୀ ଦିନରେ ଏକ ବିସ୍ପୋରକ ରୂପ ନେବବୋଲି ଆଶଂକା ପ୍ରକାଶ ପାଇଛି।
#Brajrajnagar #brjnlive #Brajrajnagar_College
#FoundationDay