Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

SMS News Bureau Rourkela ସ୍କୁଲ ଛାତ୍ରଛାତ୍ରୀଙ୍କ ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନ ପାଇଁ ଦାୟୀ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି। ---------------------------------------- ରାଉରକେଲା: ଓଡ଼ିଶା ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ପ୍ରକାଶିତ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପାଠ୍ୟପୁସ୍ତକ ଗୁଡିକୁ ରେ ପ୍ରାୟ ୧୬୭୮ ଟି ତଥ୍ୟଗତ,ଭାଷାଗତ,ମୁଦ୍ରଣଗତ, ସଂପାଦନାଗତ ଓ ଅନ୍ୟାନ୍ୟ ଗୁରୁତର ତୃଟି ପ୍ରକାଶନ କରାଯାଇଛି। ଏହି ଘଟଣା କେବଳ ସାଧାରଣ ବିଭ୍ରାଟ ନୁହେଁ ବରଂ ରାଜ୍ୟର ଶିକ୍ଷା ବ୍ୟବସ୍ଥା ପ୍ରତି ବି ଜେ ପି ସରକାର ଙ୍କ ଚରମ ଅବହେଳା, ପ୍ରଶାସନିକ ବିଫଳତା ଓ ଦାୟିତ୍ୱହୀନତା ର ଜ୍ୱଳନ୍ତ ପ୍ରମାଣ। ସେହିପରି ବାରମ୍ବାର ନିଟ ପ୍ରଶ୍ନପତ୍ର ଲିକ୍ ଘଟଣା ଓ ସେଥିଜନିତ ୨୨ ଜଣ ଛାତ୍ରଛାତ୍ରୀ ଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଦେଶର ଶିକ୍ଷା ବ୍ୟବସ୍ଥା ଯେ ବିପର୍ଯ୍ୟସ୍ତ ଓ ସରକାରୀ ଶିକ୍ଷା ବ୍ୟବସ୍ଥା କୁ ସମ୍ପୂର୍ଣ୍ଣ ଭାବରେ ବ୍ୟବସାୟୀକରଣ ପାଇଁ ସରକାରଙ୍କ ପ୍ରୋତ୍ସାହନ ପ୍ରଦାନ ଘଟଣାକୁ ପଦାରେ ପକାଇଛି। ଉଭୟ ଘଟଣା ପାଇଁ ଦାୟୀ ଓଡ଼ିଶା ରାଜ୍ୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବି କରି ଆଜି ଭାରତର ଛାତ୍ର ଫେଡେରେସନ ( ଏସ ଏଫ୍ ଆଇ), ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ( ଡି ଔଇ ଏଫ୍ ଆଇ) ଓ ଅଭିଭାବକ ସଂଘ ପକ୍ଷରୁ ରାଉରକେଲା ଉଦିତ ନଗର ସ୍ଥିତ ବ୍ଳକ ଶିକ୍ଷା ଅଧିକାରୀ,ବିଶ୍ରା ଙ୍କ ଅଫିସ ସମ୍ମୁଖରେ ଛାତ୍ର,ଯୁବ ଓ ଅଭିଭାବକ ମାନଙ୍କ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଡି ଔଇ ଏଫ୍ ଆଇ ପୂର୍ବତନ ସଭାପତି ଏଡଭୋକେଟ ରାଜ କିଶୋର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିକ୍ଷୋଭ ରେ ଅଭିଭାବକ ସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ସୁରେନ୍ଦ୍ର ଦାଶ,ଡି ଔଇ ଏଫ୍ ଆଇ ଜିଲ୍ଲା ସଭାପତି ଶେଖର ଶର୍ମା, ପୂର୍ବତନ ସଂପାଦକ ଚନ୍ଦ୍ରଭାନୁ ଦାସ,ଏସ ଏଫ୍ ଆଇ ନେତ୍ରୀ ମୁକ୍ତା ଦାଶ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଉଭୟ ଶିକ୍ଷାମନ୍ତ୍ରୀ ଙ୍କୁ ଇସ୍ତଫା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଥିଲେ। ଏହି ବିକ୍ଷୋଭ କାର୍ଯ୍ୟକ୍ରମ କୁ ସମର୍ଥନ କରି ସି ପି ଆଇ ଏମ୍, ରାଜ୍ୟ କମିଟି ସଦସ୍ୟ ଜାହାଙ୍ଗୀର ଅଲ୍ଲୀ, ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ବିମାନ ମାଇତି, ଶ୍ରୀମନ୍ତ ବେହେରା, ଜିଲ୍ଲା କମିଟି ସଦସ୍ୟ ବି ପି ମହାପାତ୍ର, ବସନ୍ତ ନାୟକ, ଆଂଚଳିକ କମିଟି ନେତା ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ଏନ୍ ଏନ୍ ପାଣିଗ୍ରାହୀ,ଅରୁ ଦାସ, ବିନୟ ବେହୁରିଆ, ପ୍ରଭାତ ମହାନ୍ତି, ଦିବାକର, ଅଶୋକ ଦାସ,ବୁଧନୀ ମୁଣ୍ଡାରୀ, ଶାନ୍ତି ମିଞ, ସୁଧାଂଶୁ ଜେନା, ସମ୍ବିତ ସ୍ବାଇଁ, ଅନାଦି ସାହୁ, ଲଲାଟେନ୍ଦୁ ନାୟକ,ପରେଶ ମହାନ୍ତି, ପ୍ରମୋଦ ପରିଡ଼ା,ରାଜୀବ ବସନ୍ତ ରାୟ ପ୍ରମୁଖ ନେତ୍ବତୃ ନେଇଥିଲେ।

MORE NEWS