ମୁଣ୍ଡ ପରେ ମୁଣ୍ଡ ନେଉଛି ଜ୍ୱର , ପିଲାଠୁ ବୁଢ଼ା ସମସ୍ତେ ଆକ୍ରାନ୍ତ !!!
#exclusivenews #covid19 #swabhimaniodia
ରାୟଗଡ଼ା -: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଅଞ୍ଚଳରେ ଜ୍ଵରର ପ୍ରକୋପ ବଢ଼ି ଚାଲିଛି । ଗୋରଖପୁର କୁଚେଇ ପଦର ପଞ୍ଚାୟତ ଯୁବାପଦର ଗାଁରେ ଜ୍ଵରରେ ଗୋଟିଏ ଦିନରେ ୨ ଛୁଆଙ୍କ ମୃତ୍ୟୁ ସମସ୍ତଙ୍କୁ ଆତଙ୍କିତ କରିଛି । ପିଲାଠୁ ବୁଢ଼ା ସମସ୍ତେ ଜ୍ଵରରେ ଆକ୍ରାନ୍ତ । ଏବେ ଗାଁରେ ଜ୍ଵରରେ ୨୦ରୁ ଅଧିକ ଜଣ ଆକ୍ରାନ୍ତ ଅଛନ୍ତି । ଶନିବାର ଜ୍ଵରରେ ଥିବାବେଳେ ଦୁଇ ଛୁଆଙ୍କ ମୃତ୍ୟୁ ହୋଇଛି । ଜ୍ବରରେ ପୀଡ଼ିତ ଦୂର୍ଯ୍ୟ ପୂଜାରୀଙ୍କ ପାଞ୍ଚ ବର୍ଷର ପୁଅ ପିଙ୍କୁ ପୂଜାରୀ ଏବଂ ଖଗେଶ୍ବର ମାଝୀଙ୍କ ପୁଅ ୭ ବର୍ଷର ଶିବୁ ମାଝୀ ଆଖି ବୁଜିଛନ୍ତି ।
ଗାଁରେ ବ୍ୟାପିଛି ଜ୍ଵର । ପରିବାର ଲୋକେ ଶିବୁକୁ ଚିକିତ୍ସା ପାଇଁ ନିକଟସ୍ଥ ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡ଼ା ଗାଁରେ ରହୁଥିବା କ୍ବାକ ନିକଟକୁ ନେଇଥିଲେ । ଶିବୁକୁ ଇଞ୍ଜେକ୍ସନ୍ ଦେଇ ଚିକିତ୍ସା କରିବାର କିଛି ଘଣ୍ଟା ପରେ ତାର ମୃତ୍ୟୁ ହୋଇଥିବା ଗ୍ରାମବାସୀମାନେ କହିଛନ୍ତି । ଗତକାଲି ଅପରାହ୍ଣରେ ଶିବ ମାଝୀଙ୍କ ମୃତ୍ୟୁ ହୋଇଥିଲା । ଏହାର କିଛି ଘଣ୍ଟା ପରେ ରାତିରେ ପିଙ୍କୁ ପୂଜାରୀଙ୍କ ମୃତ୍ୟୁ ହୋଇ ଥିବାର ଜଣା ପଡ଼ିଛି ।