Public App Logo
Profile Picture

SWABHIMANI ODIA

@swabhimanioodia
35Followers
3Following
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ, ସମଲେଇଙ୍କ ମନ୍ଦିରରେ ଦୀପ ଦାନ କରିବେ ଧର୍ମେନ୍ଦ୍ର
<nis:link nis:type=tag nis:id=narendramodi nis:value=narendramodi nis:enabled=true nis:link/> <nis:link nis:type=tag nis:id=bnsnews nis:value=bnsnews nis:enabled=true nis:link/> <nis:link nis:type=tag nis:id=dharmendrapradhan nis:value=dharmendrapradhan nis:enabled=true nis:link/> 
ସମ୍ବଲପୁର -: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୬ ବର୍ଷ ବୟସରେ ପାଦ ଦେଇଛନ୍ତି ମୋଦି । ତେବେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ସମ୍ବଲପୁରରେ ମା' ସମଲେଇଙ୍କ ମନ୍ଦିରରେ ଦୀପ ଦାନ କରିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ୱଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ମାଆଙ୍କ ଦର୍ଶନ କରିବା ସହ ଦୀପଦାନ କରିବାର ରହିଛି କାର୍ଯ୍ୟକ୍ରମ । 
                                  ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ

ଏହା ପରେ ଖେତରାଜପୁରରେ ରକ୍ତଦାନ ଶିବିରର ଉଦଘାଟନ ସମେତ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ ଓ ଜିଲ୍ଲାର ବିଭିନ୍ନ ହିତାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ସେବା ଓ ସୁଶାସନର ଯାତ୍ରାକୁ ସ୍ମରଣୀୟ କରିବା ପାଇଁ "ନର ସେବା ହିଁ ନାରାୟଣ ସେବା" ମନ୍ତ୍ରରେ ଅନୁପ୍ରାଣିତ ହୋଇ ଜନସାଧାରଣଙ୍କ ସେବାରେ ସମର୍ପିତ ହେବା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ ରହିଛି । ଯେଉଁଥିରେ ଅନୁପ୍ରାଣିତ ହୋଇ ଆଜି ସମ୍ବଲପୁରରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଯୁବ ସଙ୍ଗଠନ ପକ୍ଷରୁ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଯୋଗଦେବେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।

                          ମାସେ ଯାଏଁ 'ସେବା ସଂକଳ୍ପ ଅଭିଯାନ'

ଆଜିଠୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସେ ବ୍ୟାପୀ "ସେବା ସଂକଳ୍ପ ଅଭିଯାନ- ପାଳନ କରାଯିବ । ଏହି ଅଭିଯାନରେ ସମ୍ବଲପୁର ଜିଲ୍ଲାରେ ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ, ମାତୃଶକ୍ତି ତଥା ସମସ୍ତଙ୍କ ସହଯୋଗରେ ମା’ ସମଲେଶ୍ୱରୀ ମନ୍ଦିରରେ ଦୀପ ପ୍ରଜ୍ଜ୍ୱଳନ କରାଯିବ । ପ୍ରତ୍ୟେକ ପରିବାରରେ ଦୀପ ଜାଳିବା, ସ୍ୱଚ୍ଛତା କାର୍ଯ୍ୟକ୍ରମ, ରକ୍ତଦାନ ଶିବିର ଓ ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମ ରହିଛି ।

                  'ପିଏମ୍‌ଙ୍କ ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା'

ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଜନ୍ମଦିନ’ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା' ସମଲେଇଙ୍କ ପାଖରେ ତାଙ୍କର ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି । ତାଙ୍କ ନେତୃତ୍ୱରେ ଦେଶସେବାର ଏହି ଗୌରବମୟ ଯାତ୍ରା ନିରନ୍ତର ଜାରି ରହୁ, ଏହା କାମନା କରିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।
ଗୋଟିଏ ଦିନରେ ଗଣେଷ ମୁର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡ଼ି ୧୧ ଜଣଙ୍କ ଅକାଳ ଜଳ ସମାଧି ....
<nis:link nis:type=tag nis:id=exclusivenews nis:value=exclusivenews nis:enabled=true nis:link/> <nis:link nis:type=tag nis:id=ganeshpuja nis:value=ganeshpuja nis:enabled=true nis:link/> <nis:link nis:type=tag nis:id=swabhimaniodia nis:value=swabhimaniodia nis:enabled=true nis:link/> 
ଖୁସି ଆଉ ଉତ୍ସବର ମାହୋଲ ଭିତରେ ରାଜ୍ୟର ଏକାଧିକ ସ୍ଥାନରୁ ଆସିଛି ଦୁଃଖଦ ଖବର। ପାର୍ବଣର ଆନନ୍ଦ କେମିତି ମୁହୂର୍ତ୍ତକ ଭିତରେ କାନ୍ଦବୋବାଳି ଓ କୋହରେ ବଦଳିଯାଇପାରେ, ଦେଖିବାକୁ ମିଳିଛି ତାର ଜ୍ୱଳନ୍ତ ଉଦାହରଣ । ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ବିସର୍ଜନ ଓ ପୂଜା ପ୍ରସ୍ତୁତି ବେଳେ ଘଟିଥିବା ପୃଥକ ପୃଥକ ଅଘଟଣରେ ଗୋଟିଏ ଦିନରେ ଯାଇଛି ୧୧ଟି ଅମୂଲ୍ୟ ଜୀବନ। ପାର୍ବଣରେ ସଜେଇ ହୋଇଥିଲା ଗାଁରୁ ସହର । କିନ୍ତୁ ସମୟର ନିଷ୍ଠୁର ଖେଳ ସବୁ କିଛି ବଦଳାଇ ଦେଲା। ଯେଉଁ ହାତରେ ପୂଜା ଥାଳି ଥିଲା, ସେଇ ହାତ ପାଲଟିଛି ନିଶ୍ଚଳ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଘୋଡ଼ାହାଡ଼ ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ୪ ଛାତ୍ରଙ୍କ ସଲୀଳ ସମାଧିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଛାଇଛି ଶୋକର ଛାୟା । ମାତ୍ର ୧୪ ବର୍ଷର ଦୁଇ ନିଷ୍ପାପ ଶିଶୁ, ଆଦର୍ଶ ସାହୁ ଓ ପ୍ରିତମ ସାମିଲଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ସେପଟେ ଦିଗପହଣ୍ଡିର ସିଦ୍ଧିଖଣ୍ଡି ଗାଁରେ ମଧ୍ୟ ମୂର୍ତ୍ତି ବିସର୍ଜନ ବେଳେ ଅଷ୍ଟମ ଶ୍ରେଣୀର ଛାତ୍ର ସୀତାଂଶୁ ସ୍ୱାଇଁଙ୍କର ଜୀବନ ଯାଇଛି ।

କେବଳ ଗଞ୍ଜାମ ନୁହେଁ, ଜଗତସିଂହପୁର ପାରାଦୀପ ଏରସମା ଥାନା ଅଧୀନ ଗୋପାଳପୁର ନଦୀରେ ମଧ୍ୟ ଘଟିଛି ଏଭଳି ଏକ ହୃଦୟବିଦାୟକ ଘଟଣା। ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ୪ ଜଣ ଯୁବକ ନଦୀରେ ଭାସିଯାଇଥିବାବେଳେ ଏଯାବତ୍ ସମସ୍ତ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସେପଟେ ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନା ସଲଙ୍ଗାବାହାଲ ଗାଁରେ କରମା ପୂଜା ପାଇଁ ଶଙ୍ଖ ନଦୀରୁ ବାଲି ଆଣିବାକୁ ଯାଇଥିବା ୩ ଜଣ ନାବାଳିକା ମଧ୍ୟ ନଦୀରେ ବୁଡ଼ି ଜୀବନ ହାରିଛନ୍ତି । କେବଳ ପାଣି ନୁହେଁ, ଢେଙ୍କାନାଳ କାମାକ୍ଷାନଗର କନ୍ଧବୋଲ ଗାଁରେ ଗଣେଶ ଭସାଣି ବେଳେ ଡିଜେ ସାଉଣ୍ଡ ଲାଗିଥିବା ଏକ ପିକ୍‌ଅପ୍ ଗାଡ଼ି ଧକ୍କାରେ ଜାତକ ପଧାନ ନାମକ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଅଭିଯୋଗ ପରେ ଗାଡ଼ିକୁ ଜବତ କରିଛି କାମାକ୍ଷାନଗର ପୋଲିସ । ଜୀବନରେ ଆନନ୍ଦ ଭରିବାକୁ ପର୍ବପର୍ବାଣି ପାଳନ ହେଉଥିବାବେଳେ ଅସାବଧାନତା କିମ୍ବା ଅବହେଳା ମୁହଁରୁ ଛଡ଼ାଇ ନେଉଛି ଖୁସି । ଉଜୁଡ଼ି ଯାଇଛି ଅନେକ ପରିବାରର ଖୁସି । ଏଭଳି ଦୁଃଖଦ ସମୟରେ ପ୍ରତ୍ୟେକ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଆଗକୁ ଅଧିକ ସତର୍କ ରହିବା ନିହାତି ଜରୁରୀ।
ଭାରତ ଉପରେ ୧୦୦ପ୍ରତିଶତ ଟାରିଫ୍‌ ଲଗାଇବ ଆମେରିକା: ଭାରତ କହିଲା… ..
<nis:link nis:type=tag nis:id=donaldtrumppresident nis:value=DonaldTrumpPresident nis:enabled=true nis:link/> <nis:link nis:type=tag nis:id=exclusivenews nis:value=exclusivenews nis:enabled=true nis:link/> <nis:link nis:type=tag nis:id=swabhimaniodia nis:value=swabhimaniodia nis:enabled=true nis:link/> 
ନୂଆଦିଲ୍ଲୀ -: ରୁଷିଆଠାରୁ ବିପୁଳ ପରିମାଣରେ କ୍ରୁଡ ଅଏଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ନେଇ ଆମେରିକାରେ ଆଇନ ପ୍ରଣୟନ ପ୍ରକ୍ରିୟା ଆଗକୁ ବଢ଼ିଛି। ଆମେରିକୀୟ ସିନେଟ୍‌ରେ ବିଲ୍‌କୁ ଅନୁମୋଦନ ମିଳିବା ପରେ ଏବେ ଏହାକୁ ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌ରେ ଉପସ୍ଥାପନ କରାଯାଉଛି। ଆମେରିକୀୟ କଂଗ୍ରେସର ନିମ୍ନ ସଦନରେ ଏହି ବିଲ ଉପରେ ସେପ୍ଟେମ୍ବର ୧୭ରେ ଭୋଟିଂ ହେବାର କାର୍ଯ୍ୟକ୍ରମ ରହିଛି। ବିଲ୍‌ଟି ଆଇନରେ ପରିଣତ ହେଲେ ରୁଷିଆଠାରୁ ତେଲ କିଣୁଥିବା ଭାରତ ଉପରେ ୧୦୦ ପ୍ରତିଶତ ଟାରିଫ ଲାଗିପାରେ। ତେବେ ଆମେରିକାର ଚାପ ଆଗରେ ଭାରତ ନିଜ ନୀତି ବଦଳାଇବ ନାହିଁ ବୋଲି ସଙ୍କେତ ଦେଇଛି। ରୁଷିଆଠାରୁ ତେଲ କିଣିବା ଜାରି ରଖିବା ନେଇ ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସ୍ବାଲ କହିଛନ୍ତି ଯେ, ଭାରତ ନିଜର ଶକ୍ତି ଆବଶ୍ୟକତା ସମ୍ପର୍କିତ ନିଷ୍ପତ୍ତି ଦେଶର ୧୪୦ କୋଟି ଲୋକଙ୍କ ସ୍ବାର୍ଥକୁ ଧ୍ୟାନରେ ରଖି ନେଇଆସିଛି ଏବଂ ଆଗକୁ ମଧ୍ୟ ସେହି ନୀତି ଅନୁସରଣ କରିବ। ଆମେରିକାରେ ଏହି ବିଲ୍‌କୁ ‘ଲିଣ୍ଡସେ ଗ୍ରାହାମ ସ୍ୟାଙ୍କସନିଂ ରୁଷିଆ ଆଣ୍ଡ ଇରାନ ବିଲ’ ବୋଲି କୁହାଯାଉଛି। ଆମେରିକୀୟ ସିନେଟ୍‌ରେ ବିଲ୍‌କୁ ୮୬-୧୧ ଭୋଟ୍‌ରେ ପାସ ହୋଇଥିବା ଦାବି କରାଯାଇଛି।

ଏହି ବିଲ୍‌ରେ ରୁଷିଆଠାରୁ ସର୍ବାଧିକ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବାର ବ୍ୟବସ୍ଥା ଥିବା କୁହାଯାଉଛି। ଭାରତ ଓ ଚାଇନା ଏହି ତାଲିକାରେ ପ୍ରମୁଖ ଦେଶ ଭାବେ ରହିଛନ୍ତି। ଭାରତ ସରକାର ସହ ଜଡ଼ିତ ସୂତ୍ରଙ୍କ ଅନୁସାରେ, ନୂଆଦିଲ୍ଲୀ ଏହି ପରିସ୍ଥିତି ଉପରେ ନଜର ରଖିଛି। ତେବେ ଏହି ଚାପ ଯୋଗୁ ଭାରତ ରୁଷିଆଠାରୁ ତେଲ କିଣିବା ନୀତିରେ ପରିବର୍ତ୍ତନ କରିବାର ସଙ୍କେତ ଦେଇନାହିଁ।

ଏହା ମଧ୍ୟରେ କିଛି ଆମେରିକୀୟ ସାଂସଦ ବିଲ୍‌ରେ ସଂଶୋଧନ ଆଣିବାକୁ ଦାବି କରିଥିବା ଖବର ଆସିଛି। ରୁଷିଆଠାରୁ ତେଲ କିଣୁଥିବା ଦେଶଗୁଡ଼ିକ ମଧ୍ୟରୁ ବିଶେଷ ଭାବେ ଭାରତର ନାଁ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ କିଛି ସାଂସଦ ଦାବି କରିଛନ୍ତି। ଏହା ସହ ରୁଷିଆଠାରୁ ସର୍ବାଧିକ ତେଲ କିଣୁଥିବା ୧୦ଟି ଦେଶର ନାଁ ସ୍ପଷ୍ଟ ଭାବେ ବିଲ୍‌ରେ ଉଲ୍ଲେଖ କରି ସେମାନଙ୍କ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ପାଇଁ ମଧ୍ୟ ଦାବି ହୋଇଥିବା ଜଣାପଡ଼ିଛି।

ଏହି ପ୍ରସ୍ତାବିତ ତାଲିକାରେ ଭାରତ ଓ ଚାଇନା ସହ ତୁର୍କୀ, ଆଜରବାଇଜାନ, ହଙ୍ଗେରୀ, ସ୍ଲୋଭାକ ରିପବ୍ଲିକ, ୟୁଏଇ, ସିଙ୍ଗାପୁର, କାଜାଖସ୍ତାନ ଓ କିର୍ଗିଜସ୍ତାନର ନାଁ ଥିବା ଦାବି କରାଯାଇଛି। ଏବେ ଆମେରିକୀୟ ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌ରେ ବିଲ୍‌ଟିର ଭବିଷ୍ୟତ ଉପରେ ନଜର ରହିଛି। ବିଲ୍‌ଟି ଆଇନରେ ପରିଣତ ହେଲେ ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ଏବଂ ଭାରତର ଊର୍ଜା ଆମଦାନୀ ନୀତି ଉପରେ ଏହାର ପ୍ରଭାବକୁ ନେଇ ଆଲୋଚନା ବଢ଼ିପାରେ।
ମାଡିଆସୁଛି ୩ଟି ଭୟଙ୍କର ବାତ୍ୟା , ଇସ୍ରୋ ଦେଲା  ଚେତାବନୀ ...
<nis:link nis:type=tag nis:id=isro nis:value=isro nis:enabled=true nis:link/> <nis:link nis:type=tag nis:id=cycloneinodisha nis:value=cycloneinodisha nis:enabled=true nis:link/>  <nis:link nis:type=tag nis:id=swabhimaniodia nis:value=swabhimaniodia nis:enabled=true nis:link/>  
ନୂଆଦିଲ୍ଲୀ -: ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର ଭାରତ ମହାସାଗର, ବିଶେଷକରି ବଙ୍ଗୋପସାଗର ଓ ଆରବ ସାଗରରେ ଘୂର୍ଣ୍ଣିିଝଡ଼ କାର୍ଯ୍ୟକଳାପ ବଢ଼ିବାର ସମ୍ଭାବନା ରହେ। ଏହି ସମୟକୁ ଭାରତର ଘୂର୍ଣ୍ଣିିଝଡ଼ ଋତୁର ଏକ ପ୍ରମୁଖ ପର୍ଯ୍ୟାୟ ବୋଲି ମଧ୍ୟ ଧରାଯାଏ। ବଙ୍ଗୋପସାଗର ଓ ଆରବ ସାଗରରେ ସୃଷ୍ଟି ହେଉଥିବା ଉଷ୍ଣମଣ୍ଡଳୀୟ ଘୂର୍ଣ୍ଣିିଝଡ଼ର ପ୍ରଭାବ ଭାରତର ପୂର୍ବ ଓ ପଶ୍ଚିମ ଉପକୂଳରେ ପଡ଼ିପାରେ। ତେଣୁ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଶାସନକୁ ଆଗୁଆ ପ୍ରସ୍ତୁତି ରଖିବା ଜରୁରୀ। ବଙ୍ଗୋପସାଗରରେ ଘୂର୍ଣ୍ଣିିଝଡ଼ ସୃଷ୍ଟି ହେଲେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଉପକୂଳ ପ୍ରଭାବିତ ହେବାର ଆଶଙ୍କା ରହେ। ସେହିପରି ଆରବ ସାଗରରେ ସୃଷ୍ଟି ହେଉଥିବା ପ୍ରଣାଳୀର ପ୍ରଭାବ କର୍ନାଟକ, କେରଳ ଓ ତାମିଲନାଡୁ ସମେତ ଦକ୍ଷିଣ ଓ ପଶ୍ଚିମ ଉପକୂଳରେ ପଡ଼ିପାରେ। ତେବେ କୌଣସି ଘୂର୍ଣ୍ଣିିଝଡ଼ କେଉଁଠାରେ ଲ୍ୟାଣ୍ଡଫଲ କରିବ କିମ୍ବା କେତେ ତୀବ୍ର ହେବ, ତାହା ଅନେକ ଦିନ ପୂର୍ବରୁ ନିଶ୍ଚିତ ଭାବେ କହିହେବ ନାହିଁ। ଚକ୍ରବାତର ଗତିପଥ ଓ ତୀବ୍ରତା ସମୁଦ୍ରର ତାପମାତ୍ରା, ପବନର ଗତି ଓ ଦିଗ ଭଳି ବିଭିନ୍ନ ପାଣିପାଗୀୟ ପରିସ୍ଥିତି ଉପରେ ନିର୍ଭର କରେ। ଶକ୍ତିଶାଳୀ ଘୂର୍ଣ୍ଣିିଝଡ଼ ସମୟରେ ଭୀଷଣ ବର୍ଷା, ଝଡ଼ ପବନ ଓ ସମୁଦ୍ରରେ ବଡ଼ ବଡ଼ ଲହଡ଼ି ସୃଷ୍ଟି ହୋଇପାରେ। ଉପକୂଳ ଅଞ୍ଚଳରେ ପାଣି ଜମିବା ସହ ବନ୍ୟା ପରିସ୍ଥିତି ମଧ୍ୟ ଦେଖାଦେଇପାରେ। ଏହାର ପ୍ରଭାବରେ ଘର, ରାସ୍ତା, ବିଦ୍ୟୁତ୍‌ ଯୋଗାଣ ଓ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ରହେ। ବିଶେଷ କରି ମତ୍ସ୍ୟଜୀବୀ, ଜାହାଜ ଚଳାଚଳ ଏବଂ ଉପକୂଳ ଅଞ୍ଚଳର ଲୋକଙ୍କ ପାଇଁ ଏଭଳି ସମୟରେ ସତର୍କତା ଜରୁରୀ। ପାଣିପାଗ ବିଶେଷଜ୍ଞଙ୍କ ମତରେ, ସମୁଦ୍ରରେ ଘୂର୍ଣ୍ଣିିଝଡ଼ ସୃଷ୍ଟି ହେବା ପରେ ହିଁ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଅଧିକ ସଠିକ ଆକଳନ କରାଯାଇପାରେ। ଅନେକ ସମୟରେ ଚକ୍ରବାତ ଲ୍ୟାଣ୍ଡଫଲ ପୂର୍ବରୁ ଗତିପଥ ବଦଳାଇ ଦୁର୍ବଳ ହୋଇ ସମୁଦ୍ରରେ ହିଁ ଶେଷ ହୋଇଯାଏ। ତେଣୁ ଘୂର୍ଣ୍ଣିିଝଡ଼ ସମ୍ପର୍କରେ ସୋସିଆଲ ମିଡିଆ କିମ୍ବା ଅନ୍ୟ ଅନଧିକୃତ ରିପୋର୍ଟ ଉପରେ ଭରସା ନକରି ଭାରତୀୟ ପାଣିପାଗ ବିଭାଗ (IMD)ର ଅଧିକାରିକ ବୁଲେଟିନ ଓ ସତର୍କ ସୂଚନା ଉପରେ ନଜର ରଖିବା ଉଚିତ। IMD ଚକ୍ରବାତ ସୃଷ୍ଟି ହେଲେ ଏହାର ଗତିପଥ, ତୀବ୍ରତା, ସମ୍ଭାବ୍ୟ ଲ୍ୟାଣ୍ଡଫଲ ଓ ବର୍ଷା-ପବନ ସମ୍ପର୍କରେ ନିୟମିତ ବୁଲେଟିନ ଜାରି କରିଥାଏ।
ବାସ୍ତୁଶାସ୍ତ୍ର ଅନୁସାରେ ଏହିସବୁ କାର୍ଯ୍ୟକୁ ବାରଣ କରାଯାଇଛି, ନହେଲେ ହୋଇଯିବେ କାଙ୍ଗାଳ <nis:link nis:type=tag nis:id=swabhimaniodia nis:value=swabhimaniodia nis:enabled=true nis:link/> <nis:link nis:type=tag nis:id=bastusastra nis:value=bastusastra nis:enabled=true nis:link/>
UPI ପାଇଁ ଆସିଲା ନୂଆ ନିୟମ ; ଏତିିକି ଟଙ୍କା ପର୍ଯ୍ୟନ୍ତ ମାଗଣାରେ..
<nis:link nis:type=tag nis:id=exclusivenews nis:value=exclusivenews nis:enabled=true nis:link/> <nis:link nis:type=tag nis:id=upi nis:value=upi nis:enabled=true nis:link/> <nis:link nis:type=tag nis:id=swabhimaniodia nis:value=swabhimaniodia nis:enabled=true nis:link/> 
ନୂଆଦିଲ୍ଲୀ : ୟୁପିଆଇକୁ ନେଇ ଆସିଲା ନୂଆ ନିୟମ। ଏଣିକି ୨ ହଜାର ପର୍ଯ୍ୟନ୍ତ ଟଙ୍କା ନେଣଦେଣ ଉପରେ ଦେୟ ଲଗାଯିବ ନାହିଁ।
ଯଦି ଆପଣ ୟୁପିଆଇ ବ୍ୟବହାର କରି ପେମେଣ୍ଟ କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସରକାର ସ୍ପଷ୍ଟ କରିଛନ୍ତି ଯେ ୨,୦୦୦ ପର୍ଯ୍ୟନ୍ତ ୟୁପିଆଇ କାରବାର ଉପରେ ଶୁଳ୍କ ନିଆଯିବ କି ନାହିଁ। ଗତକାଲି, ଅର୍ଥ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଛି ଯେ ୨,୦୦୦ ପର୍ଯ୍ୟନ୍ତ କାରବାର ମାଗଣା ହେବ। ଏହାର ଅର୍ଥ ହେଉଛି ଯେ ବ୍ୟାଙ୍କ କିମ୍ବା ପେମେଣ୍ଟ ସିଷ୍ଟମ ପ୍ରଦାନକାରୀମାନେ ୨,୦୦୦ ପର୍ଯ୍ୟନ୍ତ ୟୁପିଆଇ କାରବାର ଉପରେ କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଶୁଳ୍କ ଲଗାଇପାରିବେ ନାହିଁ।

ସରକାର କହିଛନ୍ତି ଯେ, ୨,୦୦୦ ପର୍ଯ୍ୟନ୍ତ ୟୁପିଆଇ କାରବାର ଉପରେ କୌଣସି ଶୁଳ୍କ ଲଗାଯିବ ନାହିଁ। ବର୍ତ୍ତମାନ, ଆପଣ କୌଣସି ଚିନ୍ତା ବିନା ୨,୦୦୦ ପର୍ଯ୍ୟନ୍ତ ୟୁପିଆଇ କାରବାର ସମ୍ପୂର୍ଣ୍ଣ ମାଗଣା କରିପାରିବେ। ଗତ ମାସରେ, ସଂସଦ କର ଏବଂ ଅନ୍ୟାନ୍ୟ ନିୟମ (ସଂଶୋଧନ) ବିଲ୍, ୨୦୨୬ ପାସ୍ କରିଛି। ପେମେଣ୍ଟ ଏବଂ ସେଟେଲମେଣ୍ଟ ସିଷ୍ଟମ ଆଇନର ଏହି ସଂଶୋଧନ ସରକାରଙ୍କୁ ୟୁପିଆଇ ଦେୟଗୁଡ଼ିକୁ ଶୁଳ୍କ ଦେବାକୁ କ୍ଷମତା ଦେଇଥିଲା। ସେବେଠାରୁ, ଡିଜିଟାଲ୍ ପେମେଣ୍ଟ ମାଗଣା ରହିବ କି ଶୁଳ୍କ ଲାଗିବ ସେ ବିଷୟରେ କଳ୍ପନାଜଳ୍ପନା ଚାଲିଛି। ବର୍ତ୍ତମାନ ୨,୦୦୦ ପର୍ଯ୍ୟନ୍ତ ଡିଜିଟାଲ୍ ୟୁପିଆଇ ଏବଂ ରୁପେ ଡେବିଟ୍ କାର୍ଡ ପେମେଣ୍ଟକୁ ମାଗଣା ରଖିବା ପାଇଁ ନିୟମ ଚୂଡ଼ାନ୍ତ ହୋଇଛି। ବ୍ୟାଙ୍କ କିମ୍ବା ପେମେଣ୍ଟ ସିଷ୍ଟମ ପ୍ରଦାନକାରୀମାନେ ୨୦୦୦ ପର୍ଯ୍ୟନ୍ତ ୟୁପିଆଇ କାରବାର ଉପରେ କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଶୁଳ୍କ ଆଦାୟ କରିପାରିବେ ନାହିଁ। ସରକାର ଏପର୍ଯ୍ୟନ୍ତ ୨,୦୦୦ ରୁ ଅଧିକ ୟୁପିଆଇ ପେମେଣ୍ଟ ପାଇଁ କୌଣସି ଶୁଳ୍କ ଘୋଷଣା କରିନାହାଁନ୍ତି। ୨,୦୦୦ ସ୍ଥିର କରିବା ଦ୍ୱାରା ଏହି ସୀମାଠାରୁ ଅଧିକ ପେମେଣ୍ଟ ଉପରେ ସରକାର ଶୁଳ୍କ ଆଦାୟ କରିପାରିବେ। ପେମେଣ୍ଟ ଏବଂ ସେଟେଲମେଣ୍ଟ ସିଷ୍ଟମ୍ ଆଇନରେ ସଂଶୋଧନ ସରକାରଙ୍କୁ କେଉଁ ଡିଜିଟାଲ୍ ପେମେଣ୍ଟ ଆଦାୟ କରାଯିବା ଉଚିତ ତାହା ନିର୍ଣ୍ଣୟ କରିବାକୁ କ୍ଷମତା ଦିଏ। ୨,୦୦୦ ରୁ ଅଧିକ ୟୁପିଆଇ ପେମେଣ୍ଟ ପାଇଁ କୌଣସି ଶୁଳ୍କ ନାହିଁ।

ସରକାର ପୂର୍ବରୁ ସୂଚାଇ ଦେଇଥିଲେ ଯେ ଭବିଷ୍ୟତରେ, ବାଣିଜ୍ୟିକ ରିହାତି ହାର (ଏମଡିଆର) କେବଳ ଏକ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ବାଣିଜ୍ୟିକ କାରବାର ପାଇଁ ପ୍ରଯୁଜ୍ୟ ହେବ। ଗ୍ରାହକମାନଙ୍କ ପାଇଁ ମାଗଣା ୟୁପିଆଇ ପେମେଣ୍ଟ ପାଇଁ ସର୍ବାଧିକ ସୀମା ୨,୦୦୦ ର କୌଣସି ନୂତନ ଘୋଷଣା କରାଯାଇ ନାହିଁ।
ବାଟବଣା ରାଜସ୍ବ ବନ୍ଦୋବସ୍ତ: ୧୦ ବର୍ଷ ହେଲା ଗଡୁଛି ୫ ହଜାର ୩୪୪ ମାମଲା ...
<nis:link nis:type=tag nis:id=mayurbhanjanews nis:value=mayurbhanjanews nis:enabled=true nis:link/> <nis:link nis:type=tag nis:id=swabhimaniodia nis:value=swabhimaniodia nis:enabled=true nis:link/>  
ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ରାଜସ୍ବ ବନ୍ଦୋବସ୍ତ ମାମଲା (ସେଟେଲମେଣ୍ଟ ରେଭିନ୍ୟୁ ପିଟିସନ) ଗୁଡ଼ିକ ବର୍ଷାଧିକ କାଳ ବିଚାର ନ ହୋଇ ପଡ଼ିରହିଛି। ଲୋକେ ତହସିଲ୍ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି। ମାତ୍ର ସେମାନଙ୍କ ଦୁଃଖ ଶୁଣିବାକୁ କେହିନାହାନ୍ତି। ଏନେଇ ଜିଲ୍ଲାପାଳଠାରୁ ଆରମ୍ଭ କରି ବିଭାଗୀୟ ସଚିବଙ୍କୁ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁ ନଥିବା ଲୋକେ ପ୍ରକାଶ କରିଛନ୍ତି। ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲାରେ ୨୦୧୬ରୁ ୨୦୨୫ ମସିହା ଯାଏଁ, ୧୦ ବର୍ଷ ହେଲା ୫ ହଜାର ୩୪୩ ମାମଲା ଫଇସଲା ହୋଇ ନ ପାରି ପଡ଼ିରହିଛି।  ଜିଲ୍ଲାରେ ରାଜସ୍ବ ବନ୍ଦୋବସ୍ତ ମାମଲାଗୁଡ଼ିକର ଶୁଣାଣି ଓ ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜସ୍ବ କମିସନଙ୍କ ପକ୍ଷରୁ କ୍ୟାମ୍ପକୋର୍ଟ ହୋଇଥାଏ। ଏବେ ମଧ୍ୟ ୧୨୦୩ଟି ମାମଲା କ୍ୟାମ୍ପକୋର୍ଟରେ ରହିଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ୨୬ଟି ତହସିଲକୁ ୪ ହଜାର ୧୪୦ଟି ରାଜସ୍ୱ ବନ୍ଦୋବସ୍ତ ମାମଲା ହସ୍ତାନ୍ତର ହୋଇଛି। ଆଶା ଥିଲା, ତହସିଲରେ ଏହିସବୁ ମାମଲା ତୁରନ୍ତ ଫଇସଲା ହେବ। ହେଲେ ସେମିତି କିଛି ହେଉ ନଥିବା ଦେଖିବାକୁ ମିଳୁଛି।  ତହସିଲକୁ ଗଲେ, ବିଭିନ୍ନ ଆଳ ଦେଖାଇ ରାଜସ୍ୱ ବନ୍ଦୋବସ୍ତ ମାମଲାକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ମଝିରେ ମଝିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜସ୍ବ କମିସନଙ୍କ ହେଉଥିବା କ୍ୟାମ୍ପକୋର୍ଟରେ କେବଳ ନାମ, ଜମିର ଚୌହଦୀ ଓ ମ୍ୟାପରେ ତ୍ରୁଟି ଥିଲେ ସଂଶୋଧନ ହେଉଛି। ତହସିଲରେ ଫାଇଲ୍‌ଗୁଡିକ ଆଗକୁ ବଢ଼ୁ ନଥିବା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। 

ପ୍ରତିମାସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜସ୍ବ ବିଭାଗର ସମୀକ୍ଷା ବୈଠକ ବସୁଛି। ହେଲେ ରାଜସ୍ୱ ବନ୍ଦୋବସ୍ତ ମାମଲାଗୁଡ଼ିକ ଫଇସଲା ନେଇ ସମୀକ୍ଷା ହେଉ ନଥିବାରୁ ତହସିଲଦାରମାନେ ଏହାକୁ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହେଉଛି। ସରକାର ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଏହି ସବୁ ମାମଲାଗୁଡ଼ିକୁ ଫଇସଲା ପାଇଁ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି। ସୂଚନା ଅନୁସାରେ, ଜିଲ୍ଲାର ମୋରଡ଼ା, ରାଇରାଙ୍ଗପୁର, ଠାକୁରମୁଣ୍ଡା, ଯଶିପୁର, ବେତନଟୀ, ବଡ଼ସାହି, ବାଙ୍ଗିରିପୋଷି, ତିରିଂ, ରରୁଆଁ, ରାସଗୋବିନ୍ଦପୁର, ବିଶୋଇ, ଉଦଳା, କପ୍ତିପଦା ଆଦି ତହସିଲରେ ଅଧିକ ରାଜସ୍ୱ ବନ୍ଦୋବସ୍ତ ମାମଲା ପଡ଼ିରହିଛି। ଏନେଇ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ନେତ୍ରାନନ୍ଦ ମଲ୍ଲିକ କହିଛନ୍ତି, ରାଜସ୍ୱ ବନ୍ଦୋବସ୍ତ ମାମଲାଗୁଡ଼ିକର ଫଇସଲା କାମ ତହସିଲରେ ଆରମ୍ଭ ହୋଇଯାଇଛି। ତୁରନ୍ତ ମାମଲାଗୁଡ଼ିକ ଫଇସଲା ହୋଇଯିବ।
କୃଷି ଭିତ୍ତିକ ଗଣପର୍ବ ଅବସରରେ ସମସ୍ତ ଦର୍ଶକ ବନ୍ଧୁମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଶୁଭେଚ୍ଛା ଓ ଅଭନନ୍ଦନ ...
ବିବାହିତ ମହିଳା ଅନ୍ୟକୁ ଏହି ଜିନିଷ ଦେଲେ, ସ୍ୱାମୀର ହୋଇଯାଏ ଅକାଳ ମୃତ୍ୟୁ !!!  
 <nis:link nis:type=tag nis:id=bastusastra nis:value=bastusastra nis:enabled=true nis:link/> <nis:link nis:type=tag nis:id=swabhimaniodia nis:value=swabhimaniodia nis:enabled=true nis:link/> <nis:link nis:type=tag nis:id=odianews nis:value=OdiaNews nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=odiaviralnews nis:value=OdiaViralNews nis:enabled=true nis:link/> <nis:link nis:type=tag nis:id=odiafacts nis:value=OdiaFacts nis:enabled=true nis:link/> <nis:link nis:type=tag nis:id=odiastory nis:value=OdiaStory nis:enabled=true nis:link/> <nis:link nis:type=tag nis:id=odiatrending nis:value=OdiaTrending nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=odia nis:value=Odia nis:enabled=true nis:link/> <nis:link nis:type=tag nis:id=viralnews nis:value=ViralNews nis:enabled=true nis:link/> <nis:link nis:type=tag nis:id=hindutradition nis:value=HinduTradition nis:enabled=true nis:link/>
ନିଶାସକ୍ତ ମହିଳାଙ୍କ ଉନ୍ମତ୍ତକାଣ୍ଡ   କିନ୍ନରଙ୍କୁ ପିଟିଲେ, ନାକେଦମ୍‌ ପୁଲିସ ...
<nis:link nis:type=tag nis:id=exclusivenews nis:value=exclusivenews nis:enabled=true nis:link/> <nis:link nis:type=tag nis:id=bhubaneswarnewstoday nis:value=bhubaneswarnewstoday nis:enabled=true nis:link/> <nis:link nis:type=tag nis:id=swabhimaniodia nis:value=swabhimaniodia nis:enabled=true nis:link/> 
ଭୁବନେଶ୍ବର,୧୩/୦୯: ବିଳମ୍ବିତ ରାତିରେ ଜଣେ ନିଶାଶକ୍ତ। ରାତି ଅନ୍ଧାରରେ ଦୟା ସେତୁ ଉପରେ ହଙ୍ଗାମା। ନିଶାଶକ୍ତ ଅବସ୍ଥାରେ ଜଣେ ମହିଳାଙ୍କ ଉନ୍ମତ୍ତକାଣ୍ଡକୁ ନେଇ ଘଟଣାସ୍ଥଳରେ ଚହଳ ପଡ଼ିଥିଲା। ବାରମ୍ବାର ଦୟା ସେତୁ ଉପରୁ ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିବା ମହିଳାଙ୍କୁ ବୁଝାଇବାକୁ ଯାଇ ଜଣେ କିନ୍ନର ଆକ୍ରମଣର ଶିକାର ହୋଇଥିବାବେଳେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ମଧ୍ୟ ନାକେଦମ ହୋଇଥିଲା। ଘଟଣାଟି ଧଉଳି ଥାନା ଅଧୀନ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଦୟା ସେତୁ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି।

ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ରାତିରେ ନିଶାସକ୍ତ ଅବସ୍ଥାରେ ଦୟା ସେତୁ ଉପରେ ପହଞ୍ଚିଥିଲେ। ସେଠାରେ ସେ ଜୋରଦାର ହଙ୍ଗାମା କରିବା ସହ ଦୟା ନଦୀକୁ ଡେଇଁବା ପାଇଁ ବାରମ୍ବାର ଉଦ୍ୟମ କରିଥିଲେ। ମହିଳାଙ୍କ ଏଭଳି ଆଚରଣ ଦେଖି ଜଣେ କିନ୍ନର ତାଙ୍କୁ ବୁଝାଇବାକୁ ଆଗେଇ ଆସିଥିଲେ। ନଦୀକୁ ଡେଇଁବାରୁ ମହିଳାଙ୍କୁ ରୋକିବା ସହ ଶାନ୍ତ ହେବାକୁ କହିଥିଲେ କିନ୍ନର। କିନ୍ତୁ ନିଶା ତାଙ୍କ ମୁଣ୍ଡକୁ ଏତେ ଚଢ଼ିଥିଲା ଯେ, ବୁଝାଇବା ବଦଳରେ ମହିଳା ଜଣକ କିନ୍ନରଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏହାପରେ କିନ୍ନର ଜଣକ ଘଟଣା ସମ୍ପର୍କରେ ଧଉଳି ଥାନା ପୁଲିସକୁ ଫୋନ୍ କରି ଜଣାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମହିଳାଙ୍କୁ ବୁଝାଇ ଶାନ୍ତ କରିବାକୁ ପୁଲିସ ଅଧିକାରୀମାନେ ଦୀର୍ଘ ସମୟ ଧରି ଚେଷ୍ଟା କରିଥିଲେ। ହେଲେ ମହିଳା ଜଣକ ପୁଲିସର କଥା ଶୁଣିବା ପରିବର୍ତ୍ତେ ଗାଳିଗୁଲଜ କରିବା ସହ ଧକ୍କା ମାରିବାକୁ ମଧ୍ୟ ପଛାଇନଥିଲେ। ଏପରିକି ଦୟା ସେତୁରୁ ଡେଇଁବାକୁ ତାଙ୍କ ଉଦ୍ୟମ ଜାରି ରହିଥିଲା। ପ୍ରାୟ ୩ ଘଣ୍ଟା ଧରି ପୁଲିସ ତାଙ୍କୁ ବୁଝାଶୁଝା କରିବା ପରେ ଶେଷରେ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ରାତି ପାହିବା ପରେ ନିଶା ଖସିବା ସହ ମହିଳା ଜଣକ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି। ମହିଳାଙ୍କ ଏଭଳି ଉନ୍ମତ୍ତକାଣ୍ଡର କାରଣ କ’ଣ ଏବଂ ଘଟଣା ସମୟରେ ସେ କେଉଁ ପ୍ରକାର ନିଶାରେ ଥିଲେ, ସେନେଇ ତଦନ୍ତ ଚାଲିଛି।  ଗତ ଶୁକ୍ରବାର ରାଜଧାନୀରେ ଘଟିଥିଲା ଚାଞ୍ଚଲ୍ୟ। ହର୍ଣ୍ଣ ମାରିବାକୁ ନେଇ ଘଟିଥିଲା ତୁମୁଳ କାଣ୍ଡ। ଉନ୍ମତ୍ତ କପଲ୍ କଲେ ଲଙ୍କା କାଣ୍ଡ। ଆତଙ୍କ ଖେଳାଇଲେ ବଣ୍ଟି-ବବଲି। ଗାଡ଼ି ସାଇଡ କରିବାକୁ ହର୍ଣ୍ଣ ବଜାଇବାରୁ aso ଙ୍କୁ ରାସ୍ତାରେ ଶୁଆଇ ନିର୍ଦ୍ଧୁମ ପିଟିଲେ। ଲହୁ ଲୁହାଣ ହୋଇ ରାସ୍ତାରେ ପଡ଼ିଥିବା ASO ଙ୍କୁ ବଞ୍ଚାଇବାରୁ ସାମ୍ବାଦିକଙ୍କୁ ଆକ୍ରମଣ କରିବାକୁ ବି ପଛାଇଲେ ନାର୍ହି। ଏହି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରର ରବିନ୍ଦ୍ରମଣ୍ଡପ ଛକରେ। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍
ପର ସ୍ତ୍ରୀକୁ ପ୍ରେମ କରିବା ନିଶା ଉତୁରି ଗଲା, ଘଟିଲା ଏମିତି ଘଟଣା <nis:link nis:type=tag nis:id=lovecase nis:value=lovecase nis:enabled=true nis:link/> <nis:link nis:type=tag nis:id=exclusivenews nis:value=exclusivenews nis:enabled=true nis:link/> <nis:link nis:type=tag nis:id=viralnews nis:value=viralnews nis:enabled=true nis:link/>
ସାବଧାନ୍ ଆସିଲା ସାଙ୍ଘାତିକ ଖବର , ଗର୍ଭ ନଷ୍ଟ କରୁଛି ରାସ୍ତା କଡର ଫାଷ୍ଟଫୁଡ୍‌ <nis:link nis:type=tag nis:id=healthylifestyle nis:value=healthylifestyle nis:enabled=true nis:link/> <nis:link nis:type=tag nis:id=healthcare nis:value=healthcare nis:enabled=true nis:link/>  <nis:link nis:type=tag nis:id=swabhimaniodia nis:value=swabhimaniodia nis:enabled=true nis:link/>
ବ୍ରିକ୍ସ ନୂଆଦିଲ୍ଲୀ ଘୋଷଣାନାମା: କୌଣସି ମତଭେଦ ରୋକିପାରିଲାନି ...
<nis:link nis:type=tag nis:id=exclusivenews nis:value=exclusivenews nis:enabled=true nis:link/> <nis:link nis:type=tag nis:id=narendramodi nis:value=narendramodi nis:enabled=true nis:link/> <nis:link nis:type=tag nis:id=swabhimaniodia nis:value=swabhimaniodia nis:enabled=true nis:link/>  
ନୂଆଦିଲ୍ଲୀ: ଏକ ବଡ଼ କୂଟନୈତିକ ସଫଳତାକ୍ରମରେ ଶନିବାର ବ୍ରିକ୍ସ ଶିଖର ସମ୍ମିଳନୀରେ ସର୍ବସମ୍ମତିକ୍ରମେ ‘ନୂଆଦିଲ୍ଲୀ ଘୋଷଣାନାମା’ ଗ୍ରହଣ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ସହମତି ପରେ ସମସ୍ତ ସଦସ୍ୟ ରାଷ୍ଟ୍ର ଏହି ମିଳିତ ବିବୃତି ଉପରେ ଏକମତ ହେବା ବୈଶ୍ବିକ କୂଟନୀତିରେ ଏକ ନୂଆ ଅଧ୍ୟାୟ ‌‌ଯୋଡ଼ିଛି। ସମ୍ମିଳନୀର ଉଦ୍‌ଯାପନୀ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀବ୍ରିକ୍ସ ନେତାମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇ ଏହି ନିଷ୍ପତ୍ତି ଘୋଷଣା କରିଥିଲେ। ଏହି ଘୋଷଣାନାମା ନେଇ କୌଣସି ସଦସ୍ୟ ଆପତ୍ତି ଉଠାଇ ନାହାନ୍ତି, ନୂଆଦିଲ୍ଲୀ ଘୋଷଣାନାମା ୨୦୨୬ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆଦିଲ୍ଲୀ ଘୋଷଣାନାମା ବ୍ରିକ୍ସର ମିଳିତ ସଂକଳ୍ପକୁ ଏକ ସ୍ପଷ୍ଟ ଦିଗଦର୍ଶନ ଦେଉଛି। ଏବେ ଏହି ସଂକଳ୍ପଗୁଡ଼ିକୁ ବାସ୍ତବ ଫଳାଫଳରେ ପରିଣତ କରିବା ଆମର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଏହି ସଫଳତା ମିଳିଛି, କାରଣ ଶୁକ୍ରବାର ରାତି ତମାମ ମଳିତି ଘୋଷଣାନାମା ନେଇ ଆଲୋଚନା ଚାଲିଥିଲା। ଅନେକ ବିବାଦୀୟ ପ୍ରସଙ୍ଗରେ ମତଭେଦ ଥିଲେ ମଧ୍ୟ ଭାରତ ସମସ୍ତ ଦେଶ ସହ ନିରନ୍ତର ଆଲୋଚନା କରି ସହମତି ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲା। ବିଶେଷକରି ଇରାନ, ସାଉଦି ଆରବ ଓ ୟୁଏଇ ଭଳି ମଧ୍ୟପ୍ରାଚ୍ୟ ବିବାଦରେ ଭିନ୍ନ ସ୍ଥିତିରେ ଥିବା ଦେଶଗୁଡ଼ିକୁ ଗୋଟିଏ ମଞ୍ଚରେ ଏକଜୁଟ କରି ସହମତି ଆଣିବା ଭାରତ ପାଇଁ ଏକ ଜଟିଳ କୂଟନୈତିକ ଆହ୍ୱାନ ଥିଲା।

                    ---  ଭିନ୍ନମତ ସତ୍ତ୍ୱେ ଭାରତର ନେତୃତ୍ୱରେ ସମାଧାନ ---

ପଶ୍ଚିମ ଏସିଆ ଓରୁଷ୍‌-ୟୁକ୍ରେନ୍‌ ସଂଘର୍ଷ ଜାରି ରହିଥିବା ସମୟରେ ଭାରତର ଏହି ସଫଳତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତର ଦକ୍ଷ କୂଟନୈତିକ ଚାଲ୍‌ ଯୋଗୁଁ କୌଣସି ମତଭେଦ ବ୍ରିକ୍ସ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିପାରିନଥିଲା। ଏହାପୂର୍ବରୁ ୨୦୨୩ ଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀରେ ମଧ୍ୟ ପଶ୍ଚିମ ରାଷ୍ଟ୍ରଗୁଡ଼ିକ ସହିତ ରୁଷ୍‌-ଚୀନ୍‌ ମଧ୍ୟରେ ତୀବ୍ର ମତଭେଦ ସତ୍ତ୍ୱେ ଭାରତ ସର୍ବସମ୍ମତିକ୍ରମେ ଘୋଷଣାନାମା ଗ୍ରହଣ କରାଇବାରେ ସଫଳ ହୋଇଥିଲା। ସୂଚନାଯୋଗ୍ୟ, ଚଳିତ ଶନିବାର ଓ ରବିବାର ନୂଆଦିଲ୍ଲୀରେ ଆୟୋଜିତ ଏହି ବାର୍ଷିକ ସମ୍ମିଳନୀରେ ସମ୍ପ୍ରସାରିତ ବ୍ରିକ୍ସ ଗୋଷ୍ଠୀର ନେତାମାନେ ଯୋଗ ଦେଇଛନ୍ତି। ଏହି ଗୋଷ୍ଠୀରେ ବ୍ରାଜିଲ, ରୁଷ୍, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍‌ ଓ ୟୁଏଇ ସାମିଲ ଅଛନ୍ତି। ମୁଖ୍ୟତଃ ଗଲ୍ଫ ସଂଘର୍ଷରେ ପରସ୍ପର ବିରୋଧରେ ଥିବା ଇରାନ୍‌ ଓ ୟୁଏଇ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରି ଏହି ସର୍ବସମ୍ମତ ଘୋଷଣାନାମା ପ୍ରସ୍ତୁତ କରାଯାଇପାରିଛି।
ଗଣେଷ ଚତୁର୍ଥୀରେ ଘଟୁଛି ଅଦ୍ଭୁତ ସଂଯୋଗ, ମିଳିବ ସଫଳତା ହିଁ ସଫଳତା 
<nis:link nis:type=tag nis:id=hinduastrology nis:value=HinduAstrology nis:enabled=true nis:link/> <nis:link nis:type=tag nis:id=vedicastrology nis:value=VedicAstrology nis:enabled=true nis:link/> <nis:link nis:type=tag nis:id=odiaastrology nis:value=OdiaAstrology nis:enabled=true nis:link/> <nis:link nis:type=tag nis:id=ganeshchaturthi2026 nis:value=GaneshChaturthi2026 nis:enabled=true nis:link/> <nis:link nis:type=tag nis:id=ganeshchaturthi nis:value=GaneshChaturthi nis:enabled=true nis:link/> <nis:link nis:type=tag nis:id=ganpatibappa nis:value=GanpatiBappa nis:enabled=true nis:link/> <nis:link nis:type=tag nis:id=lordganesha nis:value=LordGanesha nis:enabled=true nis:link/> <nis:link nis:type=tag nis:id=astrology2026 nis:value=Astrology2026 nis:enabled=true nis:link/> <nis:link nis:type=tag nis:id=zodiacsigns nis:value=ZodiacSigns nis:enabled=true nis:link/> <nis:link nis:type=tag nis:id=luckyzodiacsigns nis:value=LuckyZodiacSigns nis:enabled=true nis:link/> <nis:link nis:type=tag nis:id=horoscope2026 nis:value=Horoscope2026 nis:enabled=true nis:link/> <nis:link nis:type=tag nis:id=ganeshblessings nis:value=GaneshBlessings nis:enabled=true nis:link/> <nis:link nis:type=tag nis:id=wealthandprosperity nis:value=WealthAndProsperity nis:enabled=true nis:link/> <nis:link nis:type=tag nis:id=careersuccess nis:value=CareerSuccess nis:enabled=true nis:link/> <nis:link nis:type=tag nis:id=odianews nis:value=OdiaNews nis:enabled=true nis:link/> <nis:link nis:type=tag nis:id=swabhimaniodia nis:value=swabhimaniodia nis:enabled=true nis:link/>
ଜୟପୁରରେ ଏକ ପରିବାରର ୪ ଜଣଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର ...  
<nis:link nis:type=tag nis:id=exclusivenews nis:value=exclusivenews nis:enabled=true nis:link/> <nis:link nis:type=tag nis:id=jaypurnew nis:value=jaypurnew nis:enabled=true nis:link/> <nis:link nis:type=tag nis:id=swabhimaniodia nis:value=swabhimaniodia nis:enabled=true nis:link/> 
ଜୟପୁର -: ରାଜସ୍ଥାନର ଜୟପୁରରେ ଏକ ପରିବାରର ୪ ଜଣଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଗୋବିନ୍ଦ ବାଟିକା ଅଞ୍ଚଳରେ ୪୦ ବର୍ଷୀୟା ଗୀତା ଝା ଏବଂ ତାଙ୍କ ୩ ଝିଅ ନନ୍ଦିନୀ, ରାଧିକା ଓ ଗୌରୀଙ୍କୁ ଏକ ବଡ଼ ଇଟା ଆକୃତିର ଭାରୀ ସିମେଣ୍ଟ ବ୍ଲକ୍‌ରେ ମୁଣ୍ଡରେଆଘାତ କରି ହତ୍ୟା କରାଯାଇଛି। ତିନି ଝିଅଙ୍କ ବୟସ ୧୫ରୁ ୨୨ ବର୍ଷ ମଧ୍ୟରେ ବୋଲି ପୁଲିସ କହିଛି। ଘଟଣାରେ ଗୀତାଙ୍କ ସ୍ୱାମୀ ତଥା ୩ ଝିଅଙ୍କ ବାପା ରାହୁଲ ଝାଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ଘଟଣା ପରଠାରୁ ରାହୁଲ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ପୁଲିସ ଟିମ୍‌ ଗଠନ କରାଯାଇଛି। ତାଙ୍କ ଫୋନ୍‌ ମଧ୍ୟ ବନ୍ଦ ଥିବା ପୁଲିସ କହିଛି। ପ୍ରାଥମିକ ତଦନ୍ତରୁ ପାରିବାରିକ କଳହ ହତ୍ୟାର କାରଣ ବୋଲି ପୁଲିସ ଅନୁମାନ କରୁଛି। ମୃତକମାନଙ୍କୁ ଘରର ଭିନ୍ନ ଭିନ୍ନ କୋଠରିରୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମୁଣ୍ଡ ଓ ମୁହଁରେ ଆଘାତର ଚିହ୍ନ ରହିଛି। ରାତିରେ ସେମାନେ ଶୋଇଥିବାବେଳେ ଆକ୍ରମଣ ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେପହଞ୍ଚିଥିଲା। ପରେ ଫରେନ୍ସିକ୍‌ ଟିମ୍‌ ମଧ୍ୟ ତଦନ୍ତ କରିଥିଲା। ଘରୁ ହତ୍ୟାରେ ବ୍ୟବହୃତ ହୋଇଥିବା ସିମେଣ୍ଟ ଖଣ୍ଡଟି ଜବତ କରାଯାଇଛି। ହତ୍ୟାର ପ୍ରକୃତ କାରଣ ଓ ଘଟଣାର ସମସ୍ତ ଦିଗ ନେଇ ତଦନ୍ତ ଜାରି ରହିଛି।
ଆଗକୁ ମାଡ଼ି ଆସୁଛି ଭୟଙ୍କର ବିପଦ, ଇସ୍ରୋ ଦେଲା ଚେତାବନୀ ...
<nis:link nis:type=tag nis:id=cycloneinodisha nis:value=cycloneinodisha nis:enabled=true nis:link/> <nis:link nis:type=tag nis:id=swabhimaniodia nis:value=swabhimaniodia nis:enabled=true nis:link/>  
ଆଗାମୀ ତିନି ମାସ ମଧ୍ୟରେ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବାତ୍ୟାର ବିପଦ ବଢ଼ିପାରେ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଅନୁଯାୟୀ, ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ତିନୋଟି ଶକ୍ତିଶାଳୀ ଝଡ଼ ସୃଷ୍ଟି ହୋଇପାରେ । ସେମାନଙ୍କର ଶକ୍ତି ପ୍ରତିବର୍ଷ ଆସୁଥିବା ଘୂର୍ଣ୍ଣିଝଡ଼ ତୁଳନାରେ ହାରାହାରି ୮୩ ପ୍ରତିଶତ ଅଧିକ ହେବ ବୋଲି ଆକଳନ କରାଯାଇଛି । ତେବେ ଏହା କଣ ଉପକୂଳବର୍ତ୍ତୀ ଅଞ୍ଚଳରେ ବିପଦ ବୃଦ୍ଧି କରିବ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଗାମୀ ତିନି ମାସ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ହୋଇପାରେ । ଇସ୍ରୋ ଏହାର ଉପଗ୍ରହ ଏବଂ ପାଣିପାଗ ପର୍ଯ୍ୟବେକ୍ଷଣ ପ୍ରଣାଳୀରୁ ମିଳିଥିବା ତଥ୍ୟ ଆଧାରରେ ଏହି ସତର୍କତା ଜାରି କରିଛି । ଆସନ୍ତା ମାସ ଅକ୍ଟୋବର ଏବଂ ଡିସେମ୍ବର ମଧ୍ୟରେ ବଙ୍ଗୋପସାଗର ଏବଂ ଆରବ ସାଗରରେ ତିନୋଟି ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇପାରେ। ଇସ୍ରୋ ସତର୍କ କରାଇ ଦେଇଛି ଯେ ଘୂର୍ଣ୍ଣିଝଡ଼ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ସହ ବର୍ଷା ଏବଂ ଉଚ୍ଚ ଲହଡ଼ି ମାଡ଼ି ଆସିପାରେ ।

                                                ----  ୪୪ ବର୍ଷର ରେକର୍ଡ ଭାଙ୍ଗିପାରେ  -----
ଇସ୍ରୋ ଅନୁଯାୟୀ, ଘୂର୍ଣ୍ଣିଝଡ଼ର ତୀବ୍ରତା ୪୪ ବର୍ଷର ରେକର୍ଡ ଭାଙ୍ଗିପାରେ । ପ୍ରତିବର୍ଷ ହେଉଥିବା ଘୂର୍ଣ୍ଣିଝଡ଼ ଅପେକ୍ଷା ଏହା ହାରାହାରି ଅପେକ୍ଷା ୮୩ ପ୍ରତିଶତ ଅଧିକ ହୋଇପାରେ । ଅର୍ଥାତ୍ ଏଗୁଡ଼ିକ ପୂର୍ବାପେକ୍ଷା ଅଧିକ କ୍ଷୟକ୍ଷତି ଘଟାଇପାରେ । ରିପୋର୍ଟରେ ଅକ୍ଟୋବର-ଡିସେମ୍ବର ପାଇଁ PDI (ପାୱାର ଡିସିପେସନ୍ ଇଣ୍ଡେକ୍ସ) ୧.୩୦ କୋଟି ଦର୍ଶାଯାଇଛି । ୧୯୮୨ ମସିହାରୁ ୨୦୨୫ ମଧ୍ୟରେ ହାରାହାରି PDI ୭୧ ଲକ୍ଷ ହୋଇଛି । ଏଠାରେ କହିରଖୁଛୁ କି, PDI ହେଉଛି ଏକ ବୈଜ୍ଞାନିକ ସ୍କେଲ୍ ଯାହା ଏକ ଘୂର୍ଣ୍ଣିଝଡ଼ର ବିନାଶକାରୀ କ୍ଷମତା, ଅବଧି ଏବଂ ସଂଖ୍ୟାକୁ ମିଶ୍ରଣ କରି ଏହାର ମୋଟ ଶକ୍ତି ଆକଳନ କରେ । PDIର ଏକକ ହେଉଛି ନଟ୍ସ କ୍ୟୁବ । ସରଳ ଭାଷାରେ କହିବାକୁ ଗଲେ, ଏଥର କେବଳ କେତେ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇପାରେ ତାହା ନୁହେଁ, ବରଂ ସେମାନଙ୍କର ପବନ କେତେ ଶକ୍ତିଶାଳୀ ହେବ ଏବଂ କେତେ ଦିନ ପର୍ଯ୍ୟନ୍ତ ରହିବ ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

                        ----  ଇସ୍ରୋର ଚେତାବନୀ, ନଜର ରଖିଲା କେନ୍ଦ୍ର  ----
ଇସ୍ରୋର ଚେତାବନୀ ପରେ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି । ପାଣିପାଗ ବିଭାଗ ଏବଂ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକର ବିପର୍ଯ୍ୟୟ ପରିଚାଳନା ବିଭାଗ ପରିସ୍ଥିତି ଉପରେ କଡ଼ା ନଜର ରଖିବା ଆରମ୍ଭ କରିଛନ୍ତି । ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଆଗାମୀ ଦିନରେ ପାଣିପାଗ ସତର୍କତା ଜାରି କରାଯିବ । ମତ୍ସ୍ୟଜୀବୀ ଏବଂ ସମୁଦ୍ରରେ କାମ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହିପରି ପାଣିପାଗ ପୂର୍ବାନୁମାନ ଗୁରୁତ୍ୱପୂର୍ଣ୍ଣ।
ଭଡାରେ ନିଅନ୍ତୁ ସୁନ୍ଦରୀ କୁଆଁରୀ ଝିଅ ଓ ନବବଧୁ, କରନ୍ତୁ ରାତି ରଙ୍ଗୀନ <nis:link nis:type=tag nis:id=dhadichapratha nis:value=dhadichapratha nis:enabled=true nis:link/> <nis:link nis:type=tag nis:id=exclusivenews nis:value=exclusivenews nis:enabled=true nis:link/>
ବିଜେପି ନେତ୍ରୀଙ୍କ କାରନାମା, ଯାଜପୁରରେ ଅନୈତିକ ପ୍ରେମ ସମ୍ପର୍କ ସ୍ୱାମୀକୁ ସ୍ତ୍ରୀର ହତ୍ୟା ...
<nis:link nis:type=tag nis:id=exclusivenews nis:value=exclusivenews nis:enabled=true nis:link/> <nis:link nis:type=tag nis:id=swabhimaniodia nis:value=swabhimaniodia nis:enabled=true nis:link/> <nis:link nis:type=tag nis:id=jajpurnews nis:value=jajpurnews nis:enabled=true nis:link/>  
ଯାଜପୁର -:  ଯାଜପୁର ଜିଲ୍ଲାର ବହୁଚର୍ଚ୍ଚିତ ଅଟଳ କୁଅଁର ଓରଫ ସୁବାସଙ୍କ ହତ୍ୟା ମାମଲାର ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସୁବାସଙ୍କୁ ହତ୍ୟା କରିଥିବା ପତ୍ନୀ ତଥା ଅଞ୍ଚଳର ଜଣାଶୁଣା ବିଜେପି ନେତ୍ରୀ ମମତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ମାମଲାର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ  ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟ ଖଲାସ କରିଛନ୍ତି।  ମାମଲାର ବିବରଣୀ ଅନୁସାରେ, ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ପ୍ରଗତିବିହାର କଲୋନୀର ଏକ ଘରେ ଭଡ଼ା ନେଇ ସୁବାସ ସପରିବାର ରହୁଥିଲେ। ତେବେ ପତ୍ନୀ ମମତାଙ୍କ ସହ ଅନ୍ୟ ଏକ ଯୁବକ ଅଜୟଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଏହାକୁ ନେଇ ସୁବାସ ଓ ମମତାଙ୍କ ମଧ୍ୟରେ ସବୁବେଳେ ବିବାଦ ଲାଗିରହୁଥିଲା। ଅନୈତିକ ପ୍ରେମ ରାସ୍ତାରେ ପତି ସୁବାସ କଣ୍ଟା ସାଜିଥିବାରୁ ପତ୍ନୀ ମମତା ତାଙ୍କୁ ସବୁଦିନ ପାଇଁ ହଟାଇବାକୁ ଯୋଜନା କରିଥିଲେ। ଅଭିଯୁକ୍ତ ପତ୍ନୀ ମମତା ଏବଂ ୨ ଜଣ ସହଯୋଗୀ ସହିତ ମିଶି ସ୍ୱାମୀ ଅଟଳଙ୍କୁ ଶୋଇଥିବା ସମୟରେ ତକିଆ ଓ ମୋବାଇଲ ଚାର୍ଜର କର୍ଡ ସାହାଯ୍ୟରେ ଗଳାଚାପି ହତ୍ୟା କରିଥିଲା । ଏ ନେଇ ମୃତକଙ୍କ ଭାଇ  ରଞ୍ଜନ କୁମାର କୁଅଁର ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ପତ୍ନୀ ମମତାଙ୍କ ସହ ଅନ୍ୟ ସହଯୋଗୀ ଅଜୟ ସାମଲ, କୃଷ୍ଣ ସେଠୀଙ୍କୁ  ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ ଏହି ମାମଲାର ଶୁଣାଣି କରିଥିଲେ। ୧୫ ଜଣ ସାକ୍ଷୀ, ପ୍ରମାଣ ଓ ୩୬ ଗୋଟି ଦସ୍ତାବିଜକୁ ଆଧାର କରି ପତ୍ନୀ ମମତାଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମାନା ପାଇଁ ରାୟ ଶୁଣାଇଛନ୍ତି । ଜରିମାନା ଅନାଦୟରେ ଅତିରିକ୍ତ ୧୨ ମାସ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରପତି ବିଶେଶ୍ୱର ବିଶ୍ଵ ପ୍ରକାଶ ରାୟ। ଏଥିସହ ପ୍ରମାଣ ଅଭାବରୁ ଏହି ଘଟଣାରେ ଅନ୍ୟ ଦୁଇଜଣ ଅଭିଯୁକ୍ତ ଅଜୟ ସାମଲ, କୃଷ୍ଣ ସେଠୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।  ଏହି ମାମଲା ଟିକୁ ସରକାରୀ ଓକିଲ କୁଳମଣି ନାୟକ, ଅତିରିକ୍ତ ସରକାରୀ ଓକିଲ ବିପ୍ଳବ କୁମାର ମୁଦୁଲି ପରିଚାଳନା କରିଥିଲେ। ଶୁଣାଣି ପରେ ଅଭିଯୋଗକାରୀ ତଥା ଅଟଳର ବଡ଼ ଭାଇ ରଞ୍ଜନ କୁଅଁର ସତ୍ୟର ଜୟ ହୋଇଛି ବୋଲି କହିଛନ୍ତି। ବିଚାରପତିଙ୍କୁ ଧନ୍ୟବାଦ ଜଣାଇବା ସହ ଆଜି ଅଟଳର ଆତ୍ମାକୁ ଶାନ୍ତି ମିଳିଥିବ ବୋଲି କହିଛନ୍ତି।
           ସୂଚନାଯୋଗ୍ୟ, ମମତା ୨୦୧୭ରେ ବିଜେପି ପକ୍ଷରୁ ୬ ନମ୍ବର ଜୋନରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଲଢ଼ିଥିଲେ। ସ୍ଥାନୀୟ ଅଞ୍ଚଳରେ ବିଜେପିର ନେତୃତ୍ୱ ନେଉଥିଲେ। ସ୍ୱାମୀ ସୁବାସଙ୍କ ହତ୍ୟା ପରେ ଏହି ଘଟଣାରେ ଅନ୍ୟତମ ଅଭିଯୁକ୍ତ ତଥା ପ୍ରେମିକ ଅଜୟ ସାମଲଙ୍କୁ ବିବାହ କରି ଯାଜପୁର ଟାଉନରେ ରହୁଥିଲେ।  

ଘଟଣାବଳୀ 

୧୯/୭/୨୦୨୧ ବିଳମ୍ବିତ ରାତି- ସୁବାସ ଓରଫ ଅଟଳଙ୍କୁ ହତ୍ୟା 
୨୦-୭-୨୧- ହତ୍ୟା ଅଭିଯୋଗ ଆଣିଲେ ସୁବାସଙ୍କ ଭାଇ ରଂଜନ କୁଅଁର 
୨୦-୭-୨୧-  ସୁବାସଙ୍କ ପତ୍ନୀ ମମତା ଥାନାରେ ଅଟକ
୨୦-୭-୨୧ - ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମର ତଦନ୍ତ
୨୨-୭-୨୧- ମମତାକୁ କୋର୍ଟ ଚାଲାଣ
୨୪-୭-୨୧-  ଏସ୍‌ପିଙ୍କୁ ଭେଟି ପୁଲିସର ତଦନ୍ତ ଉପରେ କ୍ଷୋଭପ୍ରକାଶ କରିଥିଲେ ମୃତ ସୁବାସଙ୍କ ଭାଇ ରଂଜନ 
୨୫-୭-୨୧-  ମମତା ବିଜେପି ଦଳରୁ ବହିଷ୍କୃତ
୨୭-୭-୨୧- କ୍ରାଇମବ୍ରାଞ୍ଚ ତଦନ୍ତ ଦାବୀ କଲେ ରଂଜନ 
୩୦-୭-୨୧- ମମତାର ସହଯୋଗୀମାନଙ୍କୁ ଧରିବାକୁ ବିଜେପି ପକ୍ଷରୁ ଥାନାରେ ଦାବିପତ୍ର 
୩୧-୭-୨୧- ବ୍ୟବଚ୍ଛେଦ ରିପୋର୍ଟରେ ଅଟଳ ମଦ୍ୟପାନ କରିନଥିବା ସ୍ପଷ୍ଟ
୨-୮-୨୧- ରାଉରକେଲାରୁ ଅଜୟ ସାମଲ ଗିରଫ
୩-୮-୨୧- ୨ ଦିନିଆ ରିମାଣ୍ଡରେ ଆସିଲେ ମମତା 
୪-୮-୨୧- ସିନ ରିକ୍ରିୟସନ କଲା ପୁଲିସ, ଏସ୍‌ପି କଲେ ତଦନ୍ତ 
୧୪-୮-୨୧- ମୃତ ଅଟଳଙ୍କ ଭାଇ ରଂଜନଙ୍କ ସମେତ ସମାଜସେବୀ ସରୋଜ ବିଶ୍ୱାଳ ୪ ଦିନ ଧାରଣାରେ ବସିଲେ 
୧୪-୮-୨୧- ହତ୍ୟାରେ ଅନ୍ୟ ସହଯୋଗୀକୁ ଧରିବା ଏବଂ ସେକ୍ସ ରାକେଟ୍‌ ଧରିବାକୁ ବ୍ଲକ କଂଗ୍ରେସ ପକ୍ଷରୁ ଥାନା ଘେରାଉ
୨୭-୮-୨୧- ଅଜୟ ଓ କୃଷ୍ଣ ଥାନାରେ ଅଟକ
୩୦-୮-୨୧- ଅଜୟ ଓ କୃଷ୍ଣଙ୍କୁ କୋର୍ଟ ଚାଲାଣ
ଏଥର ଆଗୁଆ ଆସିବ ଖରା! ଏଥିପାଇଁ ଆଗୁଆ ପ୍ରସ୍ତୁତ ଅଛନ୍ତି ସରକାର.. 
<nis:link nis:type=tag nis:id=exclusivenews nis:value=exclusivenews nis:enabled=true nis:link/> <nis:link nis:type=tag nis:id=swabhimaniodia nis:value=swabhimaniodia nis:enabled=true nis:link/> <nis:link nis:type=tag nis:id=summertime nis:value=SummerTime nis:enabled=true nis:link/>   
ଚଳିତ ବର୍ଷ ରାଜ୍ୟରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଗୁଆ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ଏକ ବଡ଼ ସମ୍ଭାବନା ଦେଖାଦେଇଛି। ପାଣିପାଗ ବିଶେଷଜ୍ଞଙ୍କ ନୂତନ ଆକଳନ ଅନୁସାରେ, ଏଥର ମୌସୁମୀ ଋତୁ ଆଶାଠାରୁ ଶୀଘ୍ର ଶେଷ ହେବାକୁ ଯାଉଛି। ଏହାର ସିଧାସଳଖ ପ୍ରଭାବ ସ୍ୱରୂପ, ଆଗାମୀ ଦିନରେ ଖରା ଋତୁ ତା’ର ନିର୍ଦ୍ଧାରିତ ସମୟ ପୂର୍ବରୁ ଆସିପାରେ। ବିଭିନ୍ନ ଆଧୁନିକ ପାଣିପାଗ ମଡେଲ୍‌ ଏବଂ ଆନ୍ତର୍ଜାତିକ ସଂସ୍ଥାର ତଥ୍ୟକୁ ସୂକ୍ଷ୍ମ ଭାବେ ଅନୁଧ୍ୟାନ କରିବା ପରେ ଏହି ପ୍ରାଥମିକ ପୂର୍ବାନୁମାନ କରାଯାଇଛି। ପାଣିପାଗର ଏହି ଅପ୍ରତ୍ୟାଶିତ ଓ ହଠାତ୍ ପରିବର୍ତ୍ତନ ଏବଂ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ନେଇ କେନ୍ଦ୍ର ପାଣିପାଗ ବିଭାଗ (IMD), ରାଜ୍ୟ ପାଣିପାଗ କେନ୍ଦ୍ର ଏବଂ ବିପର୍ଯ୍ୟୟ ପ୍ରଶମନ ଆୟୁକ୍ତ (SRC) ମିଳିତ ଭାବେ ସମଗ୍ର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ବାୟୁମଣ୍ଡଳୀୟ ଚାପ, ଆଦ୍ରତା ଏବଂ ସମୁଦ୍ର ପୃଷ୍ଠର ତାପମାତ୍ରାକୁ ଭିତ୍ତି କରି ନିୟମିତ ଭାବେ ତଥ୍ୟ ଆକଳନ କରାଯାଉଛି। ଏହାଦ୍ୱାରା ଆଗାମୀ ଦିନରେ ତାପମାତ୍ରାରେ କିପରି ପରିବର୍ତ୍ତନ ଘଟିବ ଏବଂ କେଉଁ ଅଞ୍ଚଳ ଅଧିକ ପ୍ରଭାବିତ ହେବ, ସେ ନେଇ ସଠିକ୍ ଓ ସମୟୋପଯୋଗୀ ସୂଚନା ପ୍ରଦାନ କରାଯାଇପାରିବ।
ଏହି ସମ୍ଭାବ୍ୟ ସଙ୍କଟପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ ତୁରନ୍ତ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏହି ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ, ଆଗୁଆ ଖରା ସାଙ୍ଗକୁ ତୀବ୍ର ଅଂଶୁଘାତର ସମ୍ଭାବନାକୁ ଆଦୌ ଏଡ଼ାଇ ଦିଆଯାଇନପାରେ। ତେଣୁ ସରକାର ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ବିଭିନ୍ନ ବିଭାଗକୁ ସଜାଗ ରହିବା ସହ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ବିଶ୍ୱସ୍ତରରେ ଜଳବାୟୁ ପରିବର୍ତ୍ତନ (Climate Change) ଯୋଗୁଁ ଋତୁଚକ୍ରରେ ଏଭଳି ଅନିୟମିତତା ଓ ବିପର୍ଯ୍ୟୟ ଦେଖାଯାଉଥିବାରୁ, ଏହା ସାଧାରଣ ଜନଜୀବନ, ପ୍ରାଣୀଜଗତ ଏବଂ କୃଷି କ୍ଷେତ୍ର ଉପରେ ଗମ୍ଭୀର ପ୍ରଭାବ ପକାଇବାର ଆଶଙ୍କା ରହିଛି। ବିଶେଷ କରି ଫସଲ ଅମଳ ଓ ଚାଷକାର୍ଯ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେବେ ସରକାରୀ ସ୍ତରରେ ନିଆଯାଉଥିବା ଆଗୁଆ ପଦକ୍ଷେପ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ବ୍ୟବସ୍ଥା ଦ୍ୱାରା ଆଗାମୀ ଗ୍ରୀଷ୍ମ ପ୍ରବାହର କ୍ଷତିକାରକ ପ୍ରଭାବକୁ ବହୁ ପରିମାଣରେ ହ୍ରାସ କରାଯାଇପାରିବ ବୋଲି ଆଶା କରାଯାଉଛି।
ଭୁଲରେ ବି ମହିଳା ବାପ ଘରୁ ଏହି ଜିନିଷ ଆଣନ୍ତୁ ନାହିଁ , ଘଟିବ ବଡ ଅଘଟଣ ! <nis:link nis:type=tag nis:id=hindutraditions nis:value=HinduTraditions nis:enabled=true nis:link/> <nis:link nis:type=tag nis:id=indiantraditions nis:value=IndianTraditions nis:enabled=true nis:link/> <nis:link nis:type=tag nis:id=odiaculture nis:value=OdiaCulture nis:enabled=true nis:link/> <nis:link nis:type=tag nis:id=indianculture nis:value=IndianCulture nis:enabled=true nis:link/> <nis:link nis:type=tag nis:id=hinducustoms nis:value=HinduCustoms nis:enabled=true nis:link/> <nis:link nis:type=tag nis:id=vastutips nis:value=VastuTips nis:enabled=true nis:link/> <nis:link nis:type=tag nis:id=vastushastra nis:value=VastuShastra nis:enabled=true nis:link/> <nis:link nis:type=tag nis:id=hindubeliefs nis:value=HinduBeliefs nis:enabled=true nis:link/> <nis:link nis:type=tag nis:id=marriagetraditions nis:value=MarriageTraditions nis:enabled=true nis:link/> <nis:link nis:type=tag nis:id=spiritualtips nis:value=SpiritualTips nis:enabled=true nis:link/> <nis:link nis:type=tag nis:id=religiousfacts nis:value=ReligiousFacts nis:enabled=true nis:link/> <nis:link nis:type=tag nis:id=familyprosperity nis:value=FamilyProsperity nis:enabled=true nis:link/> <nis:link nis:type=tag nis:id=wealthtips nis:value=WealthTips nis:enabled=true nis:link/> <nis:link nis:type=tag nis:id=indianwomen nis:value=IndianWomen nis:enabled=true nis:link/> <nis:link nis:type=tag nis:id=odianews nis:value=OdiaNews nis:enabled=true nis:link/> <nis:link nis:type=tag nis:id=swabhimaniodia nis:value=swabhimaniodia nis:enabled=true nis:link/>
ଭୟଙ୍କର ଗର୍ଜନ କରି ମାଡିଆସୁଛି ବାତ୍ୟା, ଆଜି କରିବା ତାଣ୍ଡବ <nis:link nis:type=tag nis:id=cycloneinbayofbengal nis:value=cycloneinbayofbengal nis:enabled=true nis:link/> <nis:link nis:type=tag nis:id=swabhimaniodia nis:value=swabhimaniodia nis:enabled=true nis:link/>
ଧୋକ୍କା ଦେଲା ଚୀନୀ ମାଲ୍; ଗୁଳିଚାଳନା ଅଭ୍ୟାସ ସମୟରେ ୨ ଜଣ ସୈନିକଙ୍କ ମୃତ୍ୟୁ  ...
<nis:link nis:type=tag nis:id=bangladesh nis:value=bangladesh nis:enabled=true nis:link/> <nis:link nis:type=tag nis:id=warnews nis:value=warnews nis:enabled=true nis:link/> <nis:link nis:type=tag nis:id=chainatanker nis:value=chainatanker nis:enabled=true nis:link/> <nis:link nis:type=tag nis:id=swabhimaniodia nis:value=swabhimaniodia nis:enabled=true nis:link/>   
ପୁଣି ଥରେ ଗୁଣବତ୍ତାକୁ ନେଇ ବିବାଦ ଘେରକୁ ଆସିଯାଇଛି ଚୀନୀ ଉତ୍ପାଦ। ସଦ୍ୟ ବାଂଲାଦେଶରେ ଦେଖିବାକୁ ମିଳିଛି ଏହାର ଉଦହାରଣ। ବୁଧବାର (ସେପ୍ଟମ୍ବର ୯) ବାଂଲାଦେଶୀ ସେନା ବାହିନୀ ପକ୍ଷରୁ ଆୟୋଜିତ ହୋଇଥିବା ଫାୟାରିଂ ଅଭ୍ୟାସ ସମୟରେ ୨ ସୈନିକଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି। ବାଂଲାଦେଶର ଚିଟାଗଙ୍ଗ ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ହାଟହଜାରି ଫିଲ୍ଡ ଫାୟାରିଂ ରେଞ୍ଜ (Field Firing Range) ଠାରେ ଚୀନ ନିର୍ମିତ ୫୯ ନାମକ ଟ୍ୟାଙ୍କ (Chinese Tank 59) ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏହି ଦୁର୍ଘଟଣାରେ ଜଣେ ବାଂଲାଦେଶୀ ସାମରିକ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ଅଧିକାରୀଙ୍କୁ ଢାକା ସ୍ଥିତ କମ୍ବାଇଣ୍ଡ୍ ମିଲିଟାରୀ ହସ୍ପିଟାଲ (Combined Military Hospital Bangladesh) ଠାରେ ଚିକିତ୍ସା କରାଯାଉଛି। ବାଂଲାଦେଶ କହିବା ସେନା ଅନୁଯାୟୀ, ଟ୍ୟାଙ୍କ ଗୁଳିମାଡ଼ ରେଞ୍ଜ ଠାରେ ଗୁଳିମାଡ଼ କରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ପଛରେ କ'ଣ କାରଣ ରହିଛି, ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ହେଲେ ତଥାପି ଚୀନ୍ ନିର୍ମିତ ଟ୍ୟାଙ୍କ ୫୯ ସହିତ ପୂର୍ବରୁ ବହୁ ଦୁର୍ଘଟଣା ଘଟିସାରିଛି। ଗତ ୨୦୨୪ ରେ ଏକ ଯୁଦ୍ଧାଭ୍ୟାସ ସମୟରେ ସମାନ ଘଟଣା ଘଟିଥିଲା।
              ---  କାହିଁକି ଏବଂ କିପରି ଘଟିଲା ଏହି ଦୁର୍ଘଟଣା ତାହା ମଧ୍ୟ ଜଣାପଡ଼ିନାହିଁ  ----
ଏହି ଘଟଣା ଏକ ମିଲିଟାରୀ ଫାୟାରିଂ ଏକ୍ସରସାଇଜ୍ (Military Firing Exercises) ଚାଲିଥିବା ସମୟରେ ଘଟିଥିଲା। ଯେତେବେଳେ ଟ୍ୟାଙ୍କ କ୍ରୁ କଣ୍ଟ୍ରୋଲଡ୍ ଟ୍ରେନିଂ କଣ୍ଡିସନ୍ (Tank Crew Controlled Training Conditions) ସମୟରେ ସଶସ୍ତ୍ର ଯାନ ଏବଂ ଲାଇଭ୍ ଆମ୍ୟୁନିସନ୍ (Live Ammunition) ଚଳାଇଥାନ୍ତି। ଏହି ଘଟଣା ବାଂଲାଦେଶ ସେନା (Bangladesh Army) ସହିତ ଜଡି଼ତ ସବୁଠାରୁ ମାରାତ୍ମକ ତାଲିମ ଦୁର୍ଘଟଣା ମଧ୍ୟରୁ ଗୋଟିଏ ପାଲଟିଛି। ଫାାୟାରିଂ ସିକ୍ୱେନ୍ସ୍ ସମୟରେ କ'ଣ ଘଟିଥିଲା ​​ଏବଂ ମୃତ୍ୟୁ ଏବଂ ଆହତ ହେବାର ପରିସ୍ଥିତି କିପରି ହୋଇଥିଲା ତାହା ଜାଣିବା ପାଇଁ ତଦନ୍ତ କରାଯାଉଛି।
୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟତବାଣୀ  ...!!! 
<nis:link nis:type=tag nis:id=bababhenga nis:value=bababhenga nis:enabled=true nis:link/> <nis:link nis:type=tag nis:id=bnsnews nis:value=bnsnews nis:enabled=true nis:link/> <nis:link nis:type=tag nis:id=bhabisyabani nis:value=bhabisyabani nis:enabled=true nis:link/>  

ଏପରିକି ପୃଥିବୀର ୭ରୁ ୮ ପ୍ରତିଶତ ଅଞ୍ଚଳ ବିପର୍ଯ୍ୟୟରେ ପ୍ରଭାବିତ ହେବ ବୋଲି ଦାବି କରାଯାଉଛି। କିନ୍ତୁ ଏହି ନିର୍ଦ୍ଦିଷ୍ଟ ଦାବି ପାଇଁ ବାବା ଭେଙ୍ଗାଙ୍କ କୌଣସି ପ୍ରମାଣିତ ମୂଳ ଲେଖା, ରେକର୍ଡିଂ କିମ୍ବା ଅଧିକାରିକ ଦଲିଲ ମିଳିନାହିଁ। ଅର୍ଥାତ୍ ନେପାଳରେ ବିପର୍ଯ୍ୟୟ ଘଟିଛି ବୋଲି ଏହାକୁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସତ ହେବାର ପ୍ରମାଣ କୁହାଯାଇପାରିବ ନାହିଁ।
୨୦୨୬ରେ ତୃତୀୟ ବିଶ୍ୱଯୁଦ୍ଧ ହେବ?
ବାବା ଭେଙ୍ଗାଙ୍କ ନାଁରେ ଭାଇରାଲ୍ ହେଉଥିବା ସବୁଠାରୁ ବଡ଼ ଦାବି ମଧ୍ୟରୁ ଗୋଟିଏ ହେଉଛି-୨୦୨୬ରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇପାରେ। ରୁଷିଆ ଓ ପଶ୍ଚିମୀ ଦେଶ ମଧ୍ୟରେ ତିକ୍ତତା, ଚୀନ୍‌-ତାଇୱାନ୍ ପ୍ରସଙ୍ଗ ଏବଂ ମିଡିଲ୍ ଇଷ୍ଟର ସଂଘର୍ଷ ଭଳି ଘଟଣାକୁ ଏହି କଥିତ ଭବିଷ୍ୟବାଣୀ ସହ ଯୋଡ଼ାଯାଉଛି। କିନ୍ତୁ ବର୍ତ୍ତମାନର ଯୁଦ୍ଧ କିମ୍ବା ଭୂ-ରାଜନୈତିକ ତିକ୍ତତାକୁ ଏକ ଦଶନ୍ଧି ପୁରୁଣା କଥିତ ଭବିଷ୍ୟବାଣୀ ସତ ହେବାର ପ୍ରମାଣ କୁହାଯାଇପାରିବ ନାହିଁ। ଏହି ଦାବି ପାଇଁ ମଧ୍ୟ କୌଣସି ପ୍ରମାଣିତ ମୂଳ ସ୍ରୋତ ମିଳିନାହିଁ।

ନଭେମ୍ବରରେ ପୃଥିବିକୁ ଏଲିଏନ୍ ଆସିବେ?
ଏହା ହେଉଛି ବାବା ଭେଙ୍ଗାଙ୍କ ନାଁରେ ଭାଇରାଲ୍ ହେଉଥିବା ଆଉ ଏକ ଚମକପ୍ରଦ ଦାବି। କୁହାଯାଉଛି, ୨୦୨୬ ନଭେମ୍ବରରେ ପୃଥିବୀ ନିକଟକୁ ଏକ ବିଶାଳ ମହାକାଶଯାନ ଆସିପାରେ ଏବଂ ଏହାକୁ ଏଲିଏନ୍‌ଙ୍କ ସହ ଯୋଡ଼ାଯାଉଛି। କିନ୍ତୁ ଏହି ଦାବିର ମଧ୍ୟ କୌଣସି ପ୍ରମାଣିତ ଅଡିଓ, ଭିଡିଓ କିମ୍ବା ଲିଖିତ ରେକର୍ଡ ମିଳିନାହିଁ। ବାବା ଭେଙ୍ଗା ଏଭଳି ନିର୍ଦ୍ଦିଷ୍ଟ ଭାବେ କହିଥିଲେ ବୋଲି ପ୍ରମାଣ ନାହିଁ। ଆଉ ମହାକାଶରେ କୌଣସି ଅଜଣା ବସ୍ତୁ ଦେଖାଗଲେ ତାହାକୁ ସିଧାସଳଖ ଏଲିଏନ୍ ସ୍ପେସ୍‌କ୍ରାଫ୍ଟ କହିଦେବା ମଧ୍ୟ ବୈଜ୍ଞାନିକ ଭାବେ ଠିକ୍ ନୁହେଁ।

AI  ମଣିଷ ପାଇଁ ବିପଦ ହେବ?
AIକୁ ନେଇ ମଧ୍ୟ ବାବା ଭେଙ୍ଗାଙ୍କ ନାଁରେ ଦାବି ଭାଇରାଲ୍ ହେଉଛି। କୁହାଯାଉଛି, ୨୦୨୬ରେ AI ଏତେ ଶକ୍ତିଶାଳୀ ହୋଇପାରେ ଯେ ମଣିଷ ପାଇଁ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପାରେ। AI  ନେଇ ଚାକିରି, ଭୁଲ ତଥ୍ୟ, ସାଇବର ସୁରକ୍ଷା ଓ ମାନବ ନିୟନ୍ତ୍ରଣ ଭଳି ବାସ୍ତବ ପ୍ରଶ୍ନ ନିଶ୍ଚିତ ଭାବେ ରହିଛି। କିନ୍ତୁ AIର ବିକାଶକୁ ବାବା ଭେଙ୍ଗାଙ୍କ କଥିତ ଭବିଷ୍ୟବାଣୀ ସତ ହେବାର ପ୍ରମାଣ କୁହିବା ପାଇଁ କୌଣସି ଆଧାର ନାହିଁ।

ଆର୍ôଥକ ସଙ୍କଟ ଓ ସୁନା ଦର ବୃଦ୍ଧିର ଦାବି...
୨୦୨୬ରେ ବିଶ୍ୱ ଏକ ବଡ଼ ଆର୍ôଥକ ସଙ୍କଟ ଦେଖିପାରେ ବୋଲି ମଧ୍ୟ ବାବା ଭେଙ୍ଗାଙ୍କ ନାଁରେ ଦାବି ଚାଲିଛି। ବ୍ୟାଙ୍କିଂ ସିଷ୍ଟମ୍ ଉପରେ ଚାପ, ମୁଦ୍ରାର ଦୁର୍ବଳତା ଓ ବଜାରରେ ଅସ୍ଥିରତା ଭଳି କଥା ଏହି ଦାବିରେ ରହିଛି। କିନ୍ତୁ ଅର୍ଥନୀତି ଅନେକ କାରଣରେ ପ୍ରଭାବିତ ହୁଏ- ସୁଧହାର, ମୁଦ୍ରାସ୍ଫୀତି, ଯୁଦ୍ଧ, ଚାହିଦା, ନିବେଶ ଓ ସରକାରୀ ନୀତି ଏହାର ମୁଖ୍ୟ ଅଂଶ। ତେଣୁ ବଜାରର ପରିବର୍ତ୍ତନକୁ ସିଧାସଳଖ ବାବା ଭେଙ୍ଗାଙ୍କ ନାଁରେ ଯୋଡ଼ିବାର ଆଧାର ନାହିଁ।

ପୁଟିନ୍‌ଙ୍କ କ୍ଷମତା ଯିବ?
ଆଉ ଏକ ଦାବି ହେଉଛି, ୨୦୨୬ ଶେଷ ସୁଦ୍ଧା ରୁଷିଆରେ ବଡ଼ ରାଜନୈତିକ ପରିବର୍ତ୍ତନ ହୋଇପାରେ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସ୍ଥାନରେ ନୂଆ ନେତା ଆସିପାରନ୍ତି। କିନ୍ତୁ ଏହି ଦାବିର ମଧ୍ୟ କୌଣସି ବିଶ୍ୱସନୀୟ ପ୍ରାଥମିକ ସ୍ରୋତ ନାହିଁ। ରୁଷିଆର ରାଜନୈତିକ ପରିସ୍ଥିତି ନେଇ ବିଭିନ୍ନ ଆଲୋଚନା ଥାଇପାରେ, କିନ୍ତୁ ତାହାକୁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀର ପ୍ରମାଣ କୁହାଯାଇପାରିବ ନାହିଁ।
ବଙ୍ଗୋପସାଗରରେ ଦୁଇଟି ଲଘୁଚାପ, ରାଜ୍ୟରେ ଘଡଘଡି ପବନ ସହ ପ୍ରବଳ ବର୍ଷା ...
<nis:link nis:type=tag nis:id=heavyrain nis:value=heavyrain nis:enabled=true nis:link/> <nis:link nis:type=tag nis:id=bnsnews nis:value=bnsnews nis:enabled=true nis:link/> <nis:link nis:type=tag nis:id=src nis:value=SRC nis:enabled=true nis:link/>   
ଆସୁଛି ବଡ଼ ବର୍ଷା।ରାଜ୍ୟରେ ପ୍ରବଳ କାଚିବ ବର୍ଷା। ଯାହାକୁ ନେଇ ଏବେଠୁ ଭୟ ସୃଷ୍ଟି ହେଲାଣି। ଗତ କିଛି ଦିନ ପୂର୍ବରୁ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିଥିଲା। ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ଷା ଛାଡ଼ି ଚାଲିଯାଇଥିବା ପରେ ପରିସ୍ଥିତି ସାମାନ୍ୟ ସୁଧୁରିଛି। ଏହାପରେ ପୁଣି ଆସୁଛି ଆଉ ଏକ ବଡ଼ ବର୍ଷା।ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସମ୍ଭାବନା । ୯ରୁ ବଢ଼ିବ ବର୍ଷା, ୧୦-୧୨ରେ ପ୍ରବଳ ବର୍ଷା ଆଶଙ୍କା । ବଙ୍ଗୋପସାଗରରେ ଚଳିତ ସେପ୍ଟେମ୍ବର ମାସରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।''
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ପ୍ରଥମ ଲଘୁଚାପ ୧୦–୧୧ ସେପ୍ଟେମ୍ବର ବେଳକୁ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଓଡ଼ିଶା–ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ସୃଷ୍ଟି ହୋଇପାରେ।ଏହା ଅଧିକ ଶକ୍ତିଶାଳୀ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇପାରେ। ପରେ ସିଷ୍ଟମ୍‌ଟି ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଦେଇ ଛତିଶଗଡ଼ ଓ ମଧ୍ୟ ଭାରତ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୯ ସେପ୍ଟେମ୍ବରରୁ ଓଡ଼ିଶାରେ ବର୍ଷା ବଢ଼ିପାରେ।'' ୧୦ରୁ ୧୨ ସେପ୍ଟେମ୍ବର ମଧ୍ୟରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ପ୍ରଥମେ ଉତ୍ତର ଓ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବା ପରେ ଉପକୂଳ, ମଧ୍ୟ ଓ ଦକ୍ଷିଣ ଓଡ଼ିଶାକୁ ବର୍ଷା ବ୍ୟାପିପାରେ। ୧୩-୧୪ ସେପ୍ଟେମ୍ବରରୁ ଲଘୁଚାପ ସ୍ଥଳଭାଗ ଆଡ଼କୁ ଗତି କରିବା ପରେ ଓଡ଼ିଶାରେ ବର୍ଷା କମିବାର ସମ୍ଭାବନା ରହିଛି। ସେହିପରି, ୧୭ରୁ ୨୦ ସେପ୍ଟେମ୍ବର ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ପ୍ରାଥମିକ ସଙ୍କେତ ମିଳୁଛି। ଏହାର ପ୍ରଭାବରେ ୧୯-୨୧ ସେପ୍ଟେମ୍ବର ବେଳକୁ ଓଡ଼ିଶାରେ ପୁଣି ବର୍ଷା ବଢ଼ିପାରେ। ତେବେ ଦ୍ୱିତୀୟ ସିଷ୍ଟମ୍‌ର ଗତିପଥ, ଶକ୍ତି ଓ ବର୍ଷାର ପରିମାଣ ନେଇ ଏବେଠାରୁ ନିଶ୍ଚିତ ଆକଳନ କରିବା ଆଗୁଆ ହେବ ବୋଲି କୁହାଯାଇଛି।
ସାବଧାନ୍‌ ....... ସାବଧାନ୍‌ ....... ସାବଧାନ୍‌ .......
Be Careful ..... Emergency news 
ଏହି ନଂରୁ ଭିଡିଓ କଲ୍ ଆସିଲେ ଉଠାନ୍ତୁ ନାହିଁ । ନହେଲେ ଆପଣ ସର୍ବସ୍ୱାନ୍ତ ହୋଇଯିବେ । ଏହି ନଂ ନୁହେଁ କି ଏ ଲେଡି ନୁହଁ ଏମାନଙ୍କ ପରି ଅନେକ ମହିଳା ବି ଆପଣଙ୍କୁ ଭିଡିଓ କଲ୍ କରିବେ ଆପଣଙ୍କ ଫଟୋ ତାଙ୍କ ପାଖକୁ ଗଲା ପରେ ଆପଣଙ୍କ ଫଟୋ ବ୍ୟବହାର କରି ବିଭିନ୍ନ ପ୍ରକାର ଅଶ୍ଳିଳ ଫୋଷ୍ଟ ଭାଇରାଲ କରିବାର ଭୟ ଦେଖାଇ ଲୁଟ୍ କରିବେ । ସାବଧାନ ହୋଇଯାଆନ୍ତୁ l ଏହି ଖବର ସମସ୍ତଙ୍କ ପାଖକୁ ସେୟାର କରି ଜଣାନ୍ତୁ