ମାଧପୁର ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଛର୍ସିତ ସମ୍ବର୍ଦ୍ଧନା।
ମାଧପୁର : ସୋମବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ମାଧପୁର ଗସ୍ତ ଅବସରରେ ମାଧପୁର ବଜାର ରେ ଜୋରସର ରେ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାଯାଇଛି । ଏହାସହିତ ସାଧାରଣ ଲୋକଙ୍କ ବିଭିନ୍ନ ଲିଖିତ ଅଭିଯୋଗ ମଧ୍ଯ ଗ୍ରହଣ କରିଥିବା ଜଣାଯାଇଛି । ନାମ ସଂକୀର୍ତ୍ତନ, ଢୋଲ ମହୁରୀ, ସାଉଣ୍ଡ ରେ ସ୍ୱାଗତ କରାଯାଇ ଥିବା ବେଳେ ପୂର୍ବତନ ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ମେହେର, ସାଂସଦ ଙ୍କ ପ୍ରତିନିଧି ପ୍ରକାଶ ସାହୁ, ମଣ୍ତଳ ସଭାପତି ଅନ୍ତର୍ଯ୍ୟାମୀ ମହାକୁଡ, ବରିଷ୍ଠ ନେତା ଚିତ୍ତରଞ୍ଜନ ପ୍ରଧାନ, ପୂର୍ବତନ ସମିତି ସଭ୍ୟ ବିଶେଶ୍ୱର ପ୍ରଧାନ, କନ୍ଧାପଡା ସମିତି ସଭ୍ୟ ରମେଶ ପାତ୍ର, ମନୋଜ କୁମାର ପ୍ରଧାନ, ସୌମ୍ୟରଞ୍ଜନ ମହାନ୍ତି ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ମହିଳା ଏବଂ ପୁରୁଷ ମାନେ ସାମିଲ ଥିଲେ । #DharmendraPradhan #angulexpress #mpsambalpur #MemberOfParliament
Anugul, Angul | Sep 29, 2026