ବୃଦ୍ଧପାରେଶ୍ବର ବେହେରା ଡଙ୍ଗା ଉପରକୁ ଚଢ଼ୁଥିବା ବେଳେ ଟାଣିନେଲା କୁମ୍ଭୀର ...
#crocodileattack #bnsnews
ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଡଙ୍ଗାକୁ ଚଢ଼ୁଥିବା ବେଳେ ଜଣେ ବୃଦ୍ଧଙ୍କୁ ଟାଣିନେଇଛି କୁମ୍ଭୀର। ସ୍ଥାନୀୟ ଲୋକେ ବୃଦ୍ଧଙ୍କୁ ଖୋଜାଖୋଜି କରୁଛନ୍ତି, କିନ୍ତୁ ଏଯାଏ ତାଙ୍କୁ ଠାବ କରିପାରିନାହାନ୍ତି। ସୂଚନା ଅନୁଯାୟୀ, ଆଜି ସକାଳେ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧରପ୍ରସାଦ ଡିଆଁ ଗାଁର ପାରେଶ୍ବର ବେହେରା ଆୟତନ ବଜାରକୁ ଯିବା ଲାଗି ବାହାରିଥିଲେ। ସେ ଡଙ୍ଗାରେ ଖରସ୍ରୋତା ନଦୀ ପାର୍ ହୋଇ ଆୟତନ ବଜାରରୁ ସଉଦା କିଣି ଘରକୁ ଫେରିଥାନ୍ତେ। ହେଲେ ଡଙ୍ଗାକୁ ଚଢ଼ୁଥିବା ବେଳେ ହଠାତ୍ ଏକ କୁମ୍ଭୀର ତାଙ୍କୁ ଟାଣିନେଇଥିଲା। ସ୍ଥାନୀୟ ଲୋକେ ବୃଦ୍ଧଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି, କିନ୍ତୁ ଏଯାଏ ତାଙ୍କୁ ଠାବ କରିବାରେ ସଫଳ ହୋଇନାହାନ୍ତି।