SMS News Bureau Rourkela
ନିଶା ବେପାରୀ ଙ୍କୁ ମାଡିବସିଲା ଆରପିଏଫ ଟିମ୍
ରାଉରକେଲା ରେଳ ଷ୍ଟେସନ ରୁ ୧୪ କେଜି ଗଞ୍ଜେଇ ଜବତ, ଆନୁମାନିକ ମୂଲ୍ୟ ୭ ଲକ୍ଷ ୮୦ ହଜାର ଟଙ୍କା।
ଘଟଣା ରେ ଦୁଇ ଜଣଙ୍କୁ ଗିରଫ କରି ଅବକାରୀ ବିଭାଗ କୁ ହସ୍ତାନ୍ତର।
ଆଜି 22/08/26 ରାଉରକେଲା ଆରପିଏଫ୍ ଟିମ୍ ଏବଂ ଡଗ୍ ସ୍କାର୍ଡ ର କୁକୁର ମଣ୍ଟି ରାଉରକେଲା ରେଳ ଷ୍ଟେସନରେ ନିଶା ଦ୍ରବ୍ୟ ବିରୁଦ୍ଧରେ ସକାଳ ୯ ଘଟିକା ସମୟରେ ଏକ ସ୍ବତନ୍ତ୍ର ଡ୍ରାଇଭ୍ କରୁଥିଲେ। ଏହି ସମୟରେ ଆରପିଏଫ୍ ଟିମ୍ ଦୁଇଜଣ ଙ୍କୁ ପ୍ଲାଷ୍ଟିକ୍ ଜାରୀ ବସ୍ତା ଧରି ରାଉରକେଲା ରେଳ ଷ୍ଟେସନରେ ପୋର୍ଟିକୋ ଅଞ୍ଚଳରେ ସନ୍ଦେହଜନକ ଭାବରେ ଗତି କରୁଥିବା ଲକ୍ଷ୍ୟ କରିଥିଲେ | ସନ୍ଦେହଜନକ ଅବସ୍ଥା ରେ ଟିମ୍ ସେମାନଙ୍କୁ ଅଟକାଇଥିଲା । ଯାଞ୍ଚ କାଳରେ ଦୁଇ ଅଭିଯୁକ୍ତ ମଧ୍ୟରେ ସୋନପୁର ଜିଲ୍ଲା ର ଯୁବରାଜପୁର ର ଗୋବର୍ଦ୍ଧନ ଧଳ(୩୧) ଓ ବୌଦ୍ଧ ଖଟଖଟିଆ ର ଆଶୁତୋଷ ମାହାନ୍ତି (୩୦) ଙ୍କୁ ଅଟକ ରଖି ତାଙ୍କ ପାଖରେ ଥିବା ପ୍ଲାଷ୍ଟିକ୍ ଜାରୀ ବସ୍ତା ଯାଞ୍ଚ କରିବା ପରେ ଏଥିରେ ଗଞ୍ଜେଇ ମିଳିଥିଲା| ତା’ପରେ ଅଟକ ଥିବା ବ୍ୟକ୍ତିଙ୍କୁ ପଚରାଉଚରା ବେଳେ ସେ ପ୍ରକାଶ କରିଥିଲେ ଯେ ସେ ବୌଦ୍ଧରୁ ଗଞ୍ଜେଇ ଭୁସାୱାଲ କୁ ପରିବହନ କରିବା ପାଇଁ ନେଉଥିଲେ। ତା’ପରେ ଆରପିଏଫ ଟିମ୍ ସଂପୃକ୍ତ ଦୁଇ ଅଭିଯୁକ୍ତ ସମେତ ୨ଟି ମୋବାଇଲ ଓ ୧୪ କେଜି ଗଞ୍ଜେଇ ରାଉରକେଲା ଅବକାରୀ ବିଭାଗ କୁ ହସ୍ତାନ୍ତର କରିଥିଲେ। ରାଉରକେଲା ଅବକାରୀ ବିଭାଗ 22.08.26 U / S 20 (b) (ii) (B) NDPS ଆକ୍ଟରେ କେଶ ନମ୍ବର -୧୪୪/୨୦୨୬-୨୭ ରେ ଏକ ମାମଲା ରୁଜୁ କରି ସଂପୃକ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି।
#smsnewsnetwork #rourkela #RLYstation #excise #RPF #ganja
.