କପିଳାସ ଚିଡ଼ିଆଖାନାରେ ଅସୁସ୍ଥ ହାତୀ ଶାବକ, ଚିକିତ୍ସା ଅଭାବରୁ ଜୀବନ ପ୍ରତି ବିପଦ ଆଶଙ୍କା!
ଢେଙ୍କାନାଳ | ନ୍ୟୁଜ୍ ଓଡ଼ିଆ ଓଡ଼ିଶା
ଢେଙ୍କାନାଳ ଜିଲ୍ଲାର କପିଳାସ ଚିଡ଼ିଆଖାନାରେ ଏକ ହାତୀ ଶାବକ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଖବର ସାମ୍ନାକୁ ଆସିଛି। ହାତୀ ଶାବକଟିକୁ ଉପଯୁକ୍ତ ଚିକିତ୍ସା ମିଳୁନଥିବା ଅଭିଯୋଗ ହୋଇଥିବା ବେଳେ, ଏହାର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକାଶ ପାଇଛି।
ଅନ୍ୟପକ୍ଷରେ, କପିଳାସ ରେଞ୍ଜରେ ସ୍ଥାୟୀ ରେଞ୍ଜ ଅଫିସର ନଥିବାରୁ ବନ ବିଭାଗର କାର୍ଯ୍ୟ ପରିଚାଳନାରେ ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ ଉଠିଛି। ପ୍ରାୟ ୬ ମାସ ପୂର୍ବେ ଏଠାରେ କାର୍ଯ୍ୟରତ ରେଞ୍ଜରଙ୍କୁ ଜିଲ୍ଲା ବାହାରକୁ ବଦଳି କରାଯାଇଥିବା ବେଳେ, ଏଯାଏଁ ନୂତନ ରେଞ୍ଜରଙ୍କ ନିଯୁକ୍ତି ହୋଇନଥିବା ଅଭିଯୋଗ ହୋଇଛି। ଏହି ବଦଳି ପଛରେ ରାଜନୈତିକ କାରଣ ଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି।
ବର୍ତ୍ତମାନ ଅସୁସ୍ଥ ହାତୀ ଶାବକର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ୁଥିବାରୁ ତୁରନ୍ତ ଏକ ବିଶେଷଜ୍ଞ ପ୍ରାଣୀ ଚିକିତ୍ସକ ଦଳ ପଠାଇ ତାହାର ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକ ଚିକିତ୍ସା ଯୋଗାଇଦେବାକୁ ଦାବି ହେଉଛି।
ହାତୀ ଶାବକର ଜୀବନ ରକ୍ଷା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବ କି? ଏବେ ସମସ୍ତଙ୍କ ନଜର ବନ ବିଭାଗର ପରବର୍ତ୍ତୀ ପଦକ୍ଷେପ ଉପରେ।
ସୌଜନ୍ୟ – Newsodiaodisha