Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

SMS News Bureau Rourkela ଇଏସଆଇସି ମେଡିକାଲ କଲେଜ ଏଣ୍ଡ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ। ଆଜି ତା 08.07.2026 ରିଖ ଅପରାହ୍ନ 5.30 ସମୟରେ, ରାଉରକେଲା ରେ ଇଏସଆସି ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ସ୍ଥାପନ ଦାବିନେଇ ତା 5.01.2026ରିଖ ରୁ ଚାଲିଥିବା ଅନିର୍ଦ୍ଧିଷ୍ଟ କାଳ ବିକ୍ଷୋଭ ପ୍ରଦର୍ଶନ ଏବଂ ଧାରଣା 185 ଦିନ ପୂର୍ତ୍ତି କୁ ନେଇ,ହିନ୍ଦ ମଜଦୁର ସଭା ଓ ରାଉରକେଲା ଇଏସଆସି ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କ୍ରିୟାନୁଷ୍ଠାନ କମିଟି ତରଫରୁ ବିଶ୍ରା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଉରକେଲା ଓ ସୁନ୍ଦରଗଡ଼ ଭଳି ଆଦିବାସୀ ବହୁଳ ଜିଲ୍ଲା ରେ ସ୍ୱାସ୍ଥ୍ୟ ସେବା ର ବିକଳ ଚିତ୍ରକୁ ସୁଧାରିବା ପାଇଁ, ଆମର ରାଉରକେଲା ଠାରେ ଇଏସଆସି ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ସ୍ଥାପନ ପାଇଁ ଆବଶ୍ୟକ ସେତୁ ରେ ଗୁଣ୍ଡୁଚି ମୂଷାର ପ୍ରୟାସ ସହିତ ରାଉରକେଲା ର ଜନସାଧାରଣ ତଥା ବୁଦ୍ଧିଜୀବୀ ମାନଙ୍କ ନେତୃତ୍ୱରେ ଇଏସଆସି ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ସ୍ଥାପନ ପାଇଁ ରାମସେତୁ ରେ ମହାବୀର ହନୁମାନ ଙ୍କ ସହଯୋଗୀତା ଭଳି ଆପଣ ମାନଙ୍କ ସହଯୋଗୀତା ଏକାନ୍ତ କାମ୍ୟ ଓ ଅପରିହାର୍ଯ୍ୟ ଅଟେ। 185 ଦିନ ଧାରଣକୁ ସ୍ଥଗିତ ରଖାଗଲା ବୋଲି ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତି ଘୋଷଣା କରିଥିଲେ ତତ ସହିତ ଆସନ୍ତା ତା 27.07.2026 ରିଖ ଦିଲ୍ଲୀ ଯନ୍ତ୍ରମନ୍ତର ରେ ଧାରଣପ୍ରଦର୍ଶନ କରାଯିବ ବୋଲି ଶ୍ରୀ ମହାନ୍ତି ଘୋଷଣା କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଜଗବନ୍ଧୁ ଜେନା, ଦିଲ୍ଲୀପ ଜେନା, ନିର୍ମଳ ଦାସ, ନରେନ୍ଦ୍ର ସିଂ,ଚକ୍ରାନ୍ତ ଜେନା, ବିମଳ ବେହୁରିଆ, କ୍ରିଷ୍ନା ସା,ତନୟ ରଥ,ରାଜେଶ ପତି, ପ୍ରଦୀପ ମହାନ୍ତି ପ୍ରଦୀପ ସେଠ, ବିଦୁରେଖା ସାହୁ, ଜିତିନ ତିର୍କୀ,ପ୍ରଶାନ୍ତ ତ୍ରିପାଠୀ ନଟବର ପାତ୍ର,ସୁନୀଲ କୁମାର, ଧରଣୀ ଧର ତ୍ରିପାଠୀ, ପ୍ରତାପ ଦାସ ଆଜିର ବିକ୍ଷୋଭ ପ୍ରଦର୍ଶନ ରେ ଉପସ୍ଥିତ ଥିଲେ ।

MORE NEWS