କେନ୍ଦ୍ରାପଡ଼ାରେ ଓଲଟା ଚିତ୍ର: ବିରୋଧୀ ବଦଳରେ ଶାସକ ଦଳର ଆନ୍ଦୋଳନ
କେନ୍ଦ୍ରାପଡ଼ା: ଗଣତନ୍ତ୍ରରେ ସାଧାରଣତଃ ବିରୋଧୀ ଦଳ ସରକାରଙ୍କ ବିରୋଧରେ ଆନ୍ଦୋଳନ କରେ। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଓଲଟା ଚିତ୍ର। ଏଠାରେ ବିରୋଧୀ ବଦଳରେ ଶାସକ ଦଳ ବିଜେପି ନିଜେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛି। ଧନ୍ୟ ଆମ କେନ୍ଦ୍ରାପଡ଼ା!
ବିଜେପି ଶାସକ ଦଳର ନେତାମାନେ କହୁଛନ୍ତି, କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜେପି ସରକାର ନାହିଁ। ରାଜ୍ୟରେ ବିଜେପି ସରକାର ଥାଇ ମଧ୍ୟ ଜିଲ୍ଲାରେ ପ୍ରଶାସନିକ ଅବହେଳା ଯୋଗୁଁ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରି ଶାସକ ଦଳ ଆନ୍ଦୋଳନ ମାର୍ଗ ଆପଣାଇଛି।
ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚା ଜୋର ଧରିଛି। ବିରୋଧୀ କହୁଛନ୍ତି, ନିଜ ସରକାର ବିରୋଧରେ ନିଜେ ଆନ୍ଦୋଳନ କରିବା ହାସ୍ୟାସ୍ପଦ।
#Kendrapara #KendraparaNews #BJP #OdishaPolitics #କେନ୍ଦ୍ରାପଡ଼ା #ଓଡ଼ିଶା
Bhubaneswar, Khordha | Oct 28, 2026