Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

SMS News Bureau Rourkela ସାହିତ୍ଯ ସର୍ବଦା ସତ୍ଯକୁ ଖୋଜୁ। ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ଯ ,ରାଉରକେଲାର ଅଷ୍ଟାଦଶ ବାର୍ଷିକୋତ୍ସବ ଛେଣ୍ଡସ୍ଥିତ ଗୋପବନ୍ଧୁ ପାଠାଗାର ପରିସରରେରେ ଅନୁଷ୍ଠିତ ହେଇଯାଇଛି | ବରିଷ୍ଠ ସାହିତ୍ଯିକ ଭୂପେନ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ଯବକ୍ତାଭାବେ ଯୋଗଦାନ କରି ଅଧ୍ଯପକ ବିପିନ ମହାନ୍ଦ କହିଲେ ସାହିତ୍ଯରେ ସମାଜର ବାସ୍ତବତା କଥା ଯେତେ କମ୍ ଥାଏ,ସମାଜ ବାହାରେ ଘଟୁଥିବା କଥା ସେତେ ଅଧିକ ଥାଏ ,ତେଣୁ ସବୁ ବିଫଳ କାହାଣୀ ହିଁ ଗୋଟେ ଗୋଟେ ସଫଳ ସାହିତ୍ଯ ! ସାହିତ୍ଯିକମାନେ ଏମିତି ସାହିତ୍ଯ ସ୍ରୁଷ୍ଟି କରନ୍ତୁ ଯେଉଁ ସାହିତ୍ଯ ରାସ୍ତାକଡ ଭିକରୀର ଦୁଃଖକୁ ଦୂର କରି ପାରୁଥିବ ,ତେଣୁ ସହିତ୍ଯ ସତ୍ଯକୁ ଖୋଜୁ | ମୁଖ୍ଯଅତିଥି ଡ.ଶକ୍ତି ପ୍ରସାଦ ଶତପଥୀ କହିଲେ ଆଜିକାଲିକା ସାହିତ୍ଯରେ ବାସ୍ତବତା ଅପେକ୍ଷା କାଳ୍ପନିକ ବିଷୟ ବସ୍ତୁକୁ ଅଧିକ ଗୁରୁତ୍ବ ଦିଆଯାଉଥିବାରୁ ସମାଜ ଆଜି ବିପଥଗାମୀ ହେଉଛି | ସମ୍ମାନିତ ଅତିଥି ଶଙ୍କର ପ୍ରସାଦ ତ୍ରିପାଠୀ କହିଲେ ସଂସାରରେ ବାସ୍ତବତା ଓକଳ୍ପନାର ଆରମ୍ଭ ଓ ଶେଷ ବୋଲି କିଛି ନାହି |ବରେଣ୍ଯ ଅତିଥି ଆଇନିଜୀବୀ ଗିରିଷ ମହାପାତ୍ର କହିଲେ ସାହିତ୍ଯରେ ଯଦି ସମାଜର ବାସ୍ତବତା ନ ରହିବ ସେ ସାହିତ୍ଯ କାଳଜୟୀ ସାହିତ୍ଯ କେବେ ବି ହେବନି | ପ୍ରାରମ୍ଭରେ ସାଧାରଣ ସଂପାଦିକା ରଶ୍ମିବାଳା ରାଉତରାୟ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ମୁଖ୍ଯ ଉପଦେଷ୍ଟା ଇଂ.ଅଭୟ କୁମାର ଦାଶ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ,କବୀ ଅର୍ଚ୍ଚନା ପାତ୍ର ମଞ୍ଚ ପରିଚାଳନା କରିଥିଲେ | ଅନୁଷ୍ଠାନର ତ୍ରୈମାସିକ ପତ୍ରିକା ନାଗର ଏବ ବାସନ୍ତି ପାତ୍ରଙ୍କ ଉପନ୍ଯାସ ଉନ୍ମୋଚନ କରା ଯାଇଥିଲା | ଏହି ଅବସରରେ ବିଜୟ ରାୟ,ଅଙ୍ଗୁରବାଳା ପରିଡା,ବଳରାମ ରାଉଳ,ରାମଚନ୍ଦ୍ର ସାହୁ,ଉର୍ବଶୀ ଦାଶପତି,ବିଷ୍ଣୁପ୍ରିୟା ମହାପାତ୍ର ଆଦି ପାଞ୍ଚଜଣ ପ୍ରତିଭାଧାରିଙ୍କୁ ସାରସ୍ବତ ସମ୍ମାନରେ ସମ୍ମାନୀତ କରାଯାଇଥିଲା,ଶେଷରେ ଚିତ୍ତ ରଂଜନ ବ୍ରହ୍ମା ଧନ୍ଯବାଦ ଅର୍ପଣ କରିଥିଲେ | ଦ୍ବିତୀୟ ପର୍ଯାୟରେ ଡ.ଗୀତାଞ୍ଜଳି ପତ୍ରୀଙ୍କ ସଭାପତି ଏବଂ ନିରୁପମା ପତି,ଗୀତାରାଣୀ ବେହେରାଙ୍କ ସଂଯୋଜନାରେ କବି ରାଜୀବ ପାଣି,ମୀନକେତନ ପଶାୟତ,ପ୍ରତାପ କୁମାର ପଣ୍ଡା,ଆର୍ତ୍ତତ୍ରାଣ ମହାପାତ୍ର,ଅଙ୍ଗୁରବାଳା ପରିଡା,ଗୌତମ ଦସ,ଅଜୟ ମହାନ୍ତି,ସଂଗ୍ରାମ ସିଂ ସାମଲ,ନିରଂଜନ କରଣ,ସବିତା ପରିଡା,ଦିପ୍ତି ମହାନ୍ତି ବଳରାମ ଦାଶ ଆଦି ପଚିଶ ଜଣ କବି କବିତା ପାଠ କରିଥିଲେ ,ଅନ୍ଯମାନଙ୍କ ମଧ୍ଯରେ ଅନିଲ ଦାଶ,ପଶୁପତି ନାଥ ଚାଟାର୍ଜି ,ସୂର୍ଯମଣୀ ପଣ୍ଡା,ବିଜୟିନୀ ଜେନା,ଡଲିରାଣୀ ବ୍ରହ୍ମା ମଂଚ ପରିଚାଳନାରେ ସହଯୋଗ କରିଥିଲେ,ସହରର ପ୍ରାୟ ସବୁ ଅନୁଷ୍ଠାନର ସଭ୍ଯମାନେ ଯୋଗଦାନ କରିଥିଲେ,ଶେଷରେ କବି ସୁଶାନ୍ତ କୁମାର ନାୟକ ଧନ୍ଯବା ଅର୍ପଣ କରିଥିଲେ।