
ହଜାର ହଜାର ଚିନ୍ ସୈନ୍ୟଙ୍କ ଜୀବନ ବଞ୍ଚାଇଥିଲେ ଏହି ଭାରତୀୟ, ଆଜି ବି ଏହି ଭାରତୀୟଙ୍କ ପାଖରେ ମୁଣ୍ଡ ନୁଆଁଏ ଚିନ୍ !!!
#chinaarmy #bnsnews
ଭାରତରେ ଏହି ମଣିଷଙ୍କୁ ହୁଏତ ଖୁବ୍ କମ୍ ଲୋକ ଜାଣନ୍ତି, କିନ୍ତୁ ଚୀନ୍ ଆଜି ବି ତାଙ୍କୁ ଭଗବାନ ଭଳି ପୂଜା କରେ! ସେଠାକାର ସ୍କୁଲ୍ ବହିରେ ତାଙ୍କ ପାଠ ପଢ଼ାଯାଏ, ସରକାରୀ ଷ୍ଟାମ୍ପ୍ରେ ତାଙ୍କ ଫଟୋ ଅଛି, ଏପରିକି ତାଙ୍କ ନାଁରେ ସେଠାରେ ମେଡିକାଲ୍ କଲେଜ୍ ବି ଗଢ଼ା ହୋଇଛି। ଆଉ ସେଠାରେ ତାଙ୍କର ଏକ ମୂର୍ତ୍ତି ବି ଗଢ଼ା ହୋଇଛି ଯାହା ତଳେ ଆଜି ବି ଚୀନ୍ ଲୋକ ମୁଣ୍ଡ ନୂଆଁନ୍ତି ।
ଏହି କାହାଣୀ ଆରମ୍ଭ ହେଉଛି ୧୯୩୮ ମସିହାରୁ। ଜାପାନ ସେତେବେଳେ ଚୀନ୍ ଉପରେ ଆକ୍ରମଣ କରିଥାଏ। ଲକ୍ଷ ଲକ୍ଷ ଲୋକ ରକ୍ତାକ୍ତ ହୋଇ ପଡ଼ିରହିଥାନ୍ତି, କିନ୍ତୁ ଚିକିତ୍ସା ପାଇଁ ଚୀନ୍ ପାଖରେ ଡାକ୍ତର ନଥିଲେ। ସେତେବେଳର ଚୀନ୍ ସେନା ଜେନେରାଲ୍ ନେହେରୁଙ୍କୁ ଚିଠି ଲେଖି ଗୁହାରି କଲେ— "ଭାଇ, କିଛି ଡାକ୍ତର ପଠାଇ ଆମ ଲୋକଙ୍କ ଜୀବନ ବଞ୍ଚାଅ!" ନେହେରୁ ଏ କଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସହ ଆଲୋଚନା କଲେ। ସୁଭାଷ ବୋଷ ତୁରନ୍ତ କଂଗ୍ରେସ ପାଣ୍ଠିରୁ ୨୨,୦୦୦ ଟଙ୍କା ଯୋଗାଡ଼ କଲେ ଏବଂ ୫ ଜଣ ଭାରତୀୟ ଡାକ୍ତରଙ୍କୁ ଜାହାଜରେ ଚୀନ୍ ପଠାଗଲା।
ସେହି ୫ ଜଣଙ୍କ ଭିତରେ ଥିଲେ ମହାରାଷ୍ଟ୍ର ସୋଲାପୁରର ଜଣେ ୨୮ ବର୍ଷର ତେଜିଆନ୍ ଯୁବକ— ଡାକ୍ତର ଦ୍ୱାରକାନାଥ କୋଟନିସ୍ (Dr. Dwarkanath Kotnis)। ନିଜ କାମ ପ୍ରତି ସେ ଏତେ ପାଗଳ ଥିଲେ ଯେ, ଜାହାଜରେ ୧୬ ଦିନ ଯାତ୍ରା କଲା ବେଳେ ସାଥୀ ଯାତ୍ରୀଙ୍କଠାରୁ ଚାଇନିଜ୍ ଭାଷା ଶିଖିନେଲେ।
ଭାରତରୁ ୫ ଜଣ ଡାକ୍ତର ଯାଇଥିଲେ ସତ, କିନ୍ତୁ କିଛି ମାସ ପରେ ୪ ଜଣ ଫେରିଆସିଲେ। ରହିଗଲେ କେବଳ କୋଟନିସ୍! ଯୁଦ୍ଧକ୍ଷେତ୍ରରେ ବୋମା-ଗୁଳି ବର୍ଷୁଥିବା ବେଳେ ସେ ଲଗାତାର ୭୨ ଘଣ୍ଟା ଅଖିଆଅପିଆ ରହି ଆହତଙ୍କ ଅପରେସନ୍ କରୁଥିଲେ। ଗୋଟିଏ କି ଦୁଇଟି ନୁହେଁ, ହଜାର ହଜାର ଚୀନା ନାଗରିକ ଓ ସୈନ୍ୟଙ୍କୁ ସେ ମୃତ୍ୟୁ ମୁହଁରୁ ଟାଣି ଆଣିଲେ।
ଦିନରାତି ଖଟି ଖଟି ଶେଷରେ ମାତ୍ର ୩୨ ବର୍ଷ ବୟସରେ ଏହି ମହାନ ଡାକ୍ତର ଚୀନ୍ ମାଟିରେ ହିଁ ଆଖି ବୁଜିଦେଲେ। ଜଣେ ଭାରତୀୟ ପରଦେଶରେ ଯାଇ ଯେଉଁ ମାନବତାର ପତାକା ପୋତିଦେଇ ଆସିଲେ, ତାହା ଦେଖି ଚୀନ୍ ଆଜି ଯାଏଁ ତାଙ୍କ ଆଗରେ ମୁଣ୍ଡ ନୁଆଁଉଛି।
କେବଳ ସେତିକି ନୁହେଁ ଆଜି ବି ଚୀନ୍ ର ଯେଉଁ ନେତା ଭାରତ ଆସନ୍ତି ପ୍ରଥମେ ତାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରନ୍ତି ।
ନିଜ ଜୀବନ ଦେଇ ଭାରତର ମାନ ବଢ଼ାଇଥିବା ଏହି ଅମର ବୀରଙ୍କ ତ୍ୟାଗକୁ କୋଟି କୋଟି ପ୍ରଣାମ! 🇮🇳🙏❤️
👉 ଯଦି ଏହି ଭାରତୀୟଙ୍କ ଅକୁହା ବାସ୍ତବ କାହାଣୀ ଆପଣଙ୍କ ଛାତି ଗର୍ବରେ ଫୁଲାଇ ଦେଇଛି, ତେବେ ଭିଡିଓଟିକୁ ଶେୟାର୍ କରି ସମସ୍ତଙ୍କ ପାଖରେ ପହଞ୍ଚାନ୍ତୁ ଏବଂ କମେଣ୍ଟରେ ଗୋଟିଏ 'ଜୟ ହିନ୍ଦ୍' ନିଶ୍ଚୟ ଲେଖନ୍ତୁ! 🚩
#TrueStory #DrDwarkanathKotnis #RealHero #indianhistorylive #ProudIndian