ଏନ ଟି ପି ସି ଗୋଡ଼ିବନ୍ଧ 53ନମ୍ବର ଜାତୀୟ ରାଜପଥ ମର୍ଦଙ୍ଗା ମୁଣ୍ଡା ନିକଟରେ ବାଇକକୁ ଧକ୍କା ଦେଲା ପାଉଁଶ ବୋଝେଇ ଟ୍ରକ l ଟ୍ରକ ଧକ୍କାରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି l ଘଟଣାରୁ ପ୍ରକାଶକି ଟେଣ୍ଟେଇ ବେରେଣି ଗ୍ରାମର ପ୍ରଶାନ୍ତ ବେହେରା ଓ ଅଜିତ ବେହେରା ଏକ ବାଇକ ଯୋଗେ ଅନନ୍ତ କୋଇଲା ଖଣିକୁ କାମ କରି ଯାଉଥିବା ବେଳେ ମର୍ଦଙ୍ଗା ମୁଣ୍ଡା ନିକଟରେ ଶୁକ୍ରବାର ଅପରାହ୍ନ ୩ ଘଟିକା ସମୟରେ ଏକ ପାଉଁଶ ବୋଝେଇ ଟ୍ରକ ପଛରୁ ଧକ୍କା ଦେଇଥିଲା । ଗୁରୁତର ଦୁଇ ବାଇକ ଆରୀହୀଙ୍କୁ ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।