ବେଗୁନିଆପଡା ବ୍ଲକରେ ଭୁତ କୋଠି ପାଲଟିଛି ପ୍ରାଣୀ ଚିକିତ୍ସାଳୟ ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ଖବର ପ୍ରକାଶିତ ପରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ନିର୍ଦେଶ କ୍ରମେ ସବ ଡିଭିଜିନାଲ ପ୍ରାଣୀ ଚିକିତ୍ସାଧିକାରୀ ଅରବିନ୍ଦ ବେହେରା, ପୁରୁଷୋତ୍ତମପୁର ବ୍ଲକ ପ୍ରାଣୀ ଚିକିତ୍ସକ ମନୋଜ କୁମାର ଶତପଥି ବେଗୁନିଆପଡା ବ୍ଲକ ଗସ୍ତ କରି କୋଦଳା ସ୍ଥିତ ପ୍ରାଣୀ ଚିକିତ୍ସାଳୟରେ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରିଛନ୍ତି । ବ୍ଲକ ଚିକିତ୍ସାଧିକାରୀ ଭବାନୀ ଶଙ୍କର ତ୍ରିପାଠୀଙ୍କ ନାମରେ ହୋଇଥିବା ଅଭିଯୋଗ ଉପରେ ତଦନ୍ତ ହୋଇଥିଲା ।