ଆଜି ସନ୍ଧ୍ୟା ୭ଟା ସମୟରେ କାର୍ତିକ ମାସର ପବିତ୍ର ପଞ୍ଚୁକ ଅବସରରେ ରାହସ ଯାତ୍ରା ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ଗ୍ରାମର ଦୀର୍ଘଦିନ ଧରି ପୂର୍ବପୁରୁଷରୁ ବଂଶାନୁ କ୍ରମେ ପରମ୍ପରାନୁସାରେ ଶ୍ରଦ୍ଧା, ଶୃଙ୍ଖଳା ଓ ଭକ୍ତିଭାବ ସହ ବିଶେଷ ଉତ୍ସାହରେ ପାଳନ ହୋଇଆସୁଛି। ଚଳିତ ବର୍ଷ ମଧ୍ୟ ଯାତ୍ରାର ଜାକଜକମ୍, ଧାର୍ମିକ ମହିମା, ଓ ସାମାଜିକ ସହଭାଗୀତା ଦର୍ଶନୀୟ ରହିଛି lସକାଳଠାରୁ ମନ୍ଦିର ପରିବେଶ ଭଜନ-କୀର୍ତନ, ଶଂଖଧ୍ୱନି ଓ ଦୀପଶିଖାର ଆଲୋକରେ ପବିତ୍ର ହୋଇଉଠିଥିଲା। ସେହିପରି ହରଭଙ୍ଗା ଗ୍ରାମରେ ମଧ୍ୟ ରାହାସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l